ଧନୁର୍ଜୟପୁର ହାଇସ୍କୁଲରେ ୫-ଟି କାମ ଅଧପନ୍ତରିଆ
ହାଟଡ଼ିହି, (ବିକାଶ ବିଶ୍ୱାଳ):ରାଜ୍ୟ ସରକାର ରାଜ୍ୟର ସମସ୍ତ ହାଇସ୍କୁଲ ଗୁଡିକୁ ୫-ଟି ଯୋଜନାରେ ସାମିଲ କରି ହାଇସ୍କୁଲ ଗୁଡିକୁ ରୁପାନ୍ତରିତ କରୁଥିବାବେଳେ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଉଦାସିନତା ଯୋଗୁଁ ତାହା ଏବେ ରସାତଳଗାମୀ ହୋଇଛି । କାମ ହେଉ ହେଉ କେଉଁଠି ପାଚେରୀ ଭାଙ୍ଗି ପଡିଲାଣି ତ ଆଉ କେଉଁଠି ଘର ନିର୍ମାଣ ନସରୁଣୁ ଫାଟି ପ୍ଲାଷ୍ଟର ଖସିପଡିଲାଣି । ଏପରି ଏକ ଅଭିଯୋଗ ଆସିଛି କେନ୍ଦୁୁଝର ଜିଲ୍ଲା ହାଟଡିହି ବ୍ଲକ ଧନୁର୍ଜୟପୁର ହାଇସ୍କୁଲରେ । ଏହି ହାଇସ୍କୁଲକୁ ୫-ଟିରେ ସାମିଲ କରାଯାଇ ଗତବର୍ଷରୁ କାମ ଆରମ୍ଭ କରାଗଲାଣି । ବର୍ତ୍ତମାନ ସୁଧା ମଲଟି ପରପୋଜ ହଲ କାମ ଅଧାପନ୍ତରିଆ ଭାବେ ପଡି ରହିଛି । ଗତ କୋଭିଡ ସମୟରେ ନିର୍ମାଣ କରାଯାଇଥିବା ଶୌଚାଳୟ ଗୁଡିକୁ ମରାମତି କରାଯିବ ବୋଲି କୁହାଯାଇ ଭାଙ୍ଗି ଦିଆଯାଇଛି ଯେ ତାକୁ ନିର୍ମାଣ କରାଯାଉ ନାହିଁ । ସ୍କୁଲ ପଛପଟେ ଏକ ନୁତନ ଶୌଚାଳୟ ନିର୍ମାଣ କରାଯାଇଛି ଯେ ତାକୁ ବି ସମ୍ପୁର୍ଣ୍ଣ କରାନଯାଇ ଅଧାପନ୍ତରିଆ ଭାବେ ପକାଇ ରଖାଯାଇଛି । ସ୍କୁଲ ଘର ଗୁଡିକ ରଙ୍ଗ କରାଯାଇଥିବାବେଳେ ଘର ଗୁଡିକୁ ୱାରିଂ କରାଯାଇ ନାହିଁ । ସେହିପରି ଦୁଇଟି ନୁତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିବାବେଳେ ତାହାର କାନ୍ଥରେ ପାଟ ହୋଇ ପ୍ଲାଷ୍ଟର ଖସିବାକୁ ଲାଗିଲାଣି । ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଉକ୍ତ ସ୍କୁଲ ପରିଦର୍ଶନରେ ଯାିଥିବାବେଳେ ଗ୍ରାମବାସୀ ମାନେ ଏ ସମ୍ପର୍କରେ ଉପାଧ୍ୟକ୍ଷଙ୍କୁ ଏ ସମ୍ପର୍କରେ ଅବଗତ କରାଇବା ସହ ଅତି ନିମ୍ନମାନର କାମ କରାଯାଉଥିଛି ବୋଲି ଅଭିଯୋଗ କରିଥିଲେ । ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଏନେଇ ଜିଲ୍ଲାପାଳଙ୍କୁ ଅବଗତ କରାଇବେ ବୋଲି ଗ୍ରାମବାସୀଙ୍କୁ ପ୍ରତିାୃତି ଦେଇଛନ୍ତି । ଏ ସମ୍ପର୍କରେ କନିଷ୍ଠଯନ୍ତ୍ରୀ ସଂଯୁକ୍ତା ବେହୁରିଆଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଘର ହୋଇଛି, ଫାଟିବ ଆମେ କଣବା କରିପାରିବୁ ବୋଲି କହିଛନ୍ତି । କାମ ଅଧାପନ୍ତରିଆ ସମ୍ପର୍କରେ କହିଛନ୍ତି ଯେ କାମ ଧିରେ ଧିରେ ହେବ, ଆଉ କଣ ଗୋଟେ ଦିନରେ ସରିଜିବ କି ବୋଲି ଓଲଟା ପ୍ରଶ୍ନ କରିଛନ୍ତି । ଯନ୍ତ୍ରୀଙ୍କର ଏପରି ମନ୍ତବ୍ୟରୁ ସେଠାରେ କି ପ୍ରକାର କାମ ହେଉଛି ଓ କିପରି କାମ ହେଉଛି ତାହା ସହଜରେ ଅନୁମେୟ କରିହେବ । କେନ୍ଦୁଝର ଜିଲ୍ଲାପାଳ ତୁରନ୍ତ ଏହାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ତୁରନ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବା ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।