ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅନ୍ତେବାସୀଙ୍କୁ ଲୁଗା,ମିଷ୍ଟାନ୍ନ ବଣ୍ଟନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହରର ମନକରପୁରସ୍ଥିତ ରେସୱା ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ ରଜ ଉପଲକ୍ଷେ ଶାଢୀ,ଗାମୁଛା,ଚକଲେଟ ଓ ମିଷ୍ଟାନ୍ନ ବଂଟନ କରାଯାଇଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ରଜ ଉପଲକ୍ଷେ ସମାଜସେବୀ ଭଗବାନ ବିଶ୍ୱାଳ,ପତ୍ନୀ ସୁନିତା ବିଶ୍ୱାଳ,ପୁତୁରା ଅଶୋକ ବିଶ୍ୱାଳ ପ୍ରମୁଖ ସୋମବାର ରେସୱା ସ୍ୱାଧାର ଗୃହରେ ପହଁଚି ଅନ୍ତେବାସୀମାନଙ୍କୁ ଶାଢୀ, ଗାମୁଛା, ଚକଲେଟ ଓ ମିଷ୍ଟାନ ପ୍ରଭୃତି ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରେସୱା ସ୍ୱାଧାର ଗୃହର ତତ୍ୱାବଧାରୀକା ମିନତୀ ମହାରଣା, ରେନୁଜା ରାଉତ, ସେକ ଲିଆକତ ହୋସେନ ପ୍ରମୁଖ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟଯେ ଶ୍ରୀ ବିଶ୍ୱାଳ ପ୍ରତ୍ୟେକ ମାସରେ ସାନମାଣିତିଆ ଓ ଘାଘରା ପଂଚାୟତର ପ୍ରାୟ ୨ଶହ ଅସହାୟ ବୃଦ୍ଧବୃଦ୍ଧାଙ୍କୁ ଦୁଇଶହ ଟଙ୍କା ଲେଖାଁଏ ଭତ୍ତା ପ୍ରଦାନ କରିଥାନ୍ତି ।