ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବନ୍ୟାବିପନ୍ନଙ୍କୁ ସହାୟତା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ପଂଚାୟତର ବନ୍ୟା ବିପନ୍ନ ଲୋକମାନଙ୍କୁ ଶୁଖିଲା ଖାଦ୍ୟ, ପିଇବା ପାଣି, ରନ୍ଧା ଖାଦ୍ୟ ପ୍ରଭୃତି ପ୍ରଦାନ କରାଯିବା ସହିତ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଭଗବାନ ବିଶ୍ୱାଳ ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବନ୍ୟା ପ୍ଲାବିତ ବଲୁରିଆ, ଅମୃତମଣୋହୀ, ଅଣ୍ଡରା, ଦାଣ୍ଡିସାହି, ପେଣ୍ଠପାଳ, ଅଳପୁଆ ଓ ତରଡିପାଳ ପ୍ରଭୃତି ପଂଚାୟତ ଗୁଡିକ ନିଜେ ଡଙ୍ଗାରେ ବୁଲି ବନ୍ୟା ବିପନ୍ନ ଲୋକମାନଙ୍କୁ ଶୁଖିଲା ଖାଦ୍ୟ,ପିଇବା ପାଣି,ରନ୍ଧା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସେହିସବୁ ପଂଚାୟତର ଭିନ୍ନକ୍ଷମ, ଗରୀବ ଓ ଦୁସ୍ଥ ମାନଙ୍କୁ ଶ୍ରୀ ବିଶ୍ୱାଳ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଛୋଟ ଛୋଟ ପିଲାମାନଙ୍କୁ ବିସ୍କୁଟ ଓ ଚକଲେଟ ମଧ୍ୟ ପ୍ରଦାନ କରିଥିବା ଦେଖାଯାଇଛି । ଏଥିସହିତ ଲୋକମାନଙ୍କୁ କରୋନା ପ୍ରତିଷେଧକ ହୋମିଓପ୍ୟାଥି ଔଷଧ ଆରସେନିକ ଆଲବୋମିନ ମଧ୍ୟ ପ୍ରଦାନ କରିଥିବା ଜଣାପଡିଛି । ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପରବର୍ତ୍ତି ସମୟରେ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିପନ୍ନମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବା ବେଳେ ସେହି ପୂନ୍ୟ କାର୍ଯ୍ୟକୁ ଜାରି ରଖିଛନ୍ତି ଟ୍ରଷ୍ଟର ଶ୍ରୀ ବିଶ୍ୱାଳ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ