ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ଭୋକେସନାଲ ଟପ୍ପରଙ୍କୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବସପୁରସ୍ଥିତ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରାଜ୍ୟ ଭୋକେସନାଲ ଟପ୍ପର ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରେଇ ମଠସାହିର ରବିନ୍ଦ୍ର ରାଉତ ଓ ଭାଗ୍ୟଲତା ରାଉତଙ୍କ ଝିଅ ତଥା କେନ୍ଦ୍ରାପଡା ଜୁନିଅର କଲେଜର ଭୋକେସନାଲ ଛାତ୍ରୀ ମୈତ୍ରୀ ରାଉତ ଚଳିତ ଶିକ୍ଷାବର୍ଷରେ +୨ ଭୋକେସନାଲ ପରୀକ୍ଷାରେ ୫୪୧ନମ୍ବର ରଖି ରାଜ୍ୟ ଟପ୍ପର ହୋଇଥିବାରୁ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯିବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ସେହି ଅନୁଯାଇ ଟ୍ରଷ୍ଟର ମୁଖ୍ୟ ଇଂ ଭଗବାନ ବିଶ୍ୱାଳ ଛାତ୍ରୀ ମୈତ୍ରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ