ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବସପୁରସ୍ଥିତ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତ୍ୟେକମାସ ପରି ଚଳିତମାସରେ ୨୫୦ଜଣ ବୃଦ୍ଧ,ବୃଦ୍ଧା ଓ ଅସହାୟଙ୍କୁ ଭତ୍ତା ସହାୟତା ପ୍ରଦାନ କରାଯାଇଛି । ଦଶହରା ଅବସରରେ ଭଗବାନ ବିଶ୍ୱାଳ ପ୍ରତ୍ୟେକଙ୍କୁ ଭତ୍ତା ସହାୟତା ୨ଶହଟଙ୍କା ସମେତ ଗାମୁଛା, ବିସ୍କୁଟ, ଚକଲେଟ ପ୍ରଭୃତି ପ୍ରଦାନ କରିଥିଲେ । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ପଂଚାୟତର ୧୮୦ଜଣ, ପଳସିଂହା ପଂଚାୟତର ୧୦ଜଣ, ଘାଘରା ପଂଚାୟତର ୫୦ଜଣ ଓ ଚନ୍ଦନପୁର ପଂଚାୟତର ୮ଜଣଙ୍କୁ ଏହି ଭତ୍ତା ସହାୟତା ପ୍ରଦାନ କରାଯାଇଛି ।