ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭତ୍ତା ଓ କମ୍ବଳ ବଂଟନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ବସପୁରସ୍ଥିତ ଧନୁର୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ସାନମାଣିତିଆ ଗ୍ରାମପଂଚାୟତର ଗରୀବ ଅସହାୟ ଲୋକମାନଙ୍କୁ ପ୍ରତିମାସ ପରି ଚଳିତମାସର ମାସିକ ୨ଶହ ଟଙ୍କା ଭତ୍ତାସହାୟତା ପ୍ରଦାନ ସହିତ ୫ଶହ ଜଣଙ୍କୁ ଶିତବସ୍ତ୍ର କମ୍ବଳ, ବିସ୍କୁଟ ଓ ଚକଲେଟ ପ୍ରଭୃତି ବଂଟନ କରାଯାଇଛି । ଟ୍ରଷ୍ଟ ପକ୍ଷରୁ ସମାଜସେବୀ ଭଗବାନ ବିଶ୍ୱାଳ ଏହି ଗରୀବ ଓ ଅସହାୟ ଲୋକମାନଙ୍କୁ ଭତ୍ତା,କମ୍ବଳ,ବିସ୍କୁଟ ଓ ଚକଲେଟ ପ୍ରଭୃତି ବଂଟନ କରିଛନ୍ତି । ସେହିପରି କେନ୍ଦ୍ରାପଡା ସହରର ମନକରପୁରସ୍ଥିତ ରେସୱା ସ୍ୱାଧାର ଗୃହର ଅନ୍ତେବାସୀମାନଙ୍କୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ଶୀତବସ୍ତ୍ର କମ୍ବଳ ବଂଟନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ