ଧନୁସଂଙ୍କ୍ରାନ୍ତି ଉପଲକ୍ଷେ ୧୦୮ ହନୁମାନ ଚାଳିଶା ପାଠ
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ସୋମବାର ପବିତ୍ର ଧନୁସଂଙ୍କ୍ରାନ୍ତି ଉପଲକ୍ଷେ ବ୍ରହ୍ମପୁରସ୍ଥିତ ଅନ୍ଧପସରା ରୋଡ ମନକାମନା ସିଦ୍ଧ ହନୁମାନ ମନ୍ଦିରରେ ମାରୁତି ସତସଙ୍ଗ ଓ ଦିବ୍ୟ ଜୀବନ ସଂଘ ଭକ୍ତ ମାନଙ୍କ ମିଳିତ ସହେଯାଗରେ ୧୦୮ ହନୁମାନ ଚାଳିଶା ପାଠ କରାଯାଇଥିଲା । ମହନ୍ତ ଶ୍ରୀ ନାଗାବାବା ହରିହର ଦାସ ସୁନ୍ଦର କାଣ୍ଡ ପାରାୟଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ସହଦେବ ପାତ୍ର , ସନ୍ତୋଷ ରଥ , ବାବୁଲି ପଣ୍ଡା , ବିପ୍ର ଚରଣ ନାହାକଙ୍କ ସମେତ ବହୁଭକ୍ତ ଉପସ୍ଥିତ ଥିଲେ ।


