ଧବଳେଶ୍ବର ଙ୍କ ଉଦ୍ଦେଶ୍ୟ ରେ ଚୁଡ଼ାଘଷା ଓ କଦଳୀ ଶିରିଣୀ ଭୋଗ
ନିମାପଡ଼ା, (ସନ୍ତୋଷ ଦାଶ):ବଡ଼ଓଷା ହେଉଛି ପ୍ରଭୁ ଧବଳେଶ୍ଵର ଙ୍କ ପ୍ରସିଦ୍ଧ ପର୍ବ। ତେବେ ପୁରୀ ଜିଲ୍ଲା ଅଞ୍ଚଳ ରେ ଏକ ପରମ୍ପରା ଦେଖିବାକୁ ମିଳେ। ନିଜ ନିଜ ପରିବାର ଓ ସନ୍ତାନ ମାନଙ୍କ ମଙ୍ଗଳ ପାଇଁ ପ୍ରଭୁ ଧବଳେଶ୍ୱର ଙ୍କ ଉଦ୍ଦେଶ୍ୟ ରେ ପ୍ରତି ପରିବାର ପକ୍ଷରୁ ନିଜ ଗାଁ ଶୈବପୀଠ ମାନଙ୍କ ରେ ଚୁଡ଼ା ଘଷା ଓ କଦଳୀ ଶିରିଣୀ ଭୋଗ ଲାଗି କରାଯାଇଥାଏ। ସେଥିପାଇଁ ଆଜି ପ୍ରାତଃ ରୁ ଅଙ୍ଗେଶ୍ୱର, ବନ୍ଦେଶ୍ୱର, ରାମେଶ୍ବର , ଗ୍ରାମେଶ୍ୱର , ଯୋଗେଶ୍ଵର, ଇଶାଣେଶ୍ଵର , ଅମରେଶ୍ୱର, କପିଳେଶ୍ୱର, ନାଟେଶ୍ୱର, ତ୍ରିଲୋଚନେଶ୍ୱର , ସମେଶ୍ୱର, ସିଦ୍ଧେଶ୍ୱର, ମୁକ୍ତେଶ୍ୱର,ଈଶ୍ୱରନାଥ, ହର ଗଣେଶ୍ୱର ପ୍ରଭୃତି ଶୈବପୀଠ ମାନଙ୍କରେ ପ୍ରଭୂ ଧବଳେଶ୍ଵର ଙ୍କ ଗାଦି ସ୍ଥାପନା କରାଯାଇ ପ୍ରଭୁ ଙ୍କ ଉଦ୍ଦେଶ୍ୟରେ ଭକ୍ତ ଶ୍ରଦ୍ଧାଳୁ ପରିବାର ପକ୍ଷରୁ ଚୁଡ଼ାଘଷା ଓ ଦେଶୀ କଦଳୀ, କ୍ଷୀର, ଛେନା, କାଜୁ, ଗୋଲମରିଚ, ଗୁଜୁରାତି,ଚିନି ପ୍ରଭୃତି ରେ ପ୍ରସ୍ତୁତ ଶିରିଣୀ ଭୋଗ ଲାଗି କରା ଯାଇଥିଲା।ଶ୍ରଦ୍ଧାଳୁ ମାନେ ସକାଳୁ ସ୍ନାନ କରି ସ୍ଥାପନା ହୋଇଥିବା ପ୍ରଭୁ ଧବଳେଶ୍ବର ଙ୍କୁ ଦର୍ଶନ କରିବା ସହିତ ଲାଗି ହୋଇଥିବା ଚୁଡ଼ାଘଷା ଓ କଦଳୀ ଶିରିଣୀ ଭୋଗ ଖାଇ ଥିଲେ।ସବୁ ଶୈବ ପୀଠ ଆଜି ଦିନକ ପାଇଁ ପାଲଟି ଯାଇଥିଲା ପ୍ରଭୂ ଧବଳେଶ୍ଵର ଙ୍କ ପୀଠ। ବଡ଼ ଓଷା ପାଇଁ ସବୁ ଶୈବପୀଠ ଚଳଚଞ୍ଚଳ ହୋଇ ପଡିଥିଲା ।