ଧବଳେଶ୍ଵର ଙ୍କ ଉଦ୍ଦେଶ୍ୟ ରେ ଚୁଡ଼ାଘଷା ଓ କଦଳୀ ଶିରିଣି ଭୋଗ ଲାଗି

ନିମାପଡ଼ା, (ସନ୍ତୋଷ ଦାଶ):ଆଜି କାର୍ତ୍ତିକ ମାସ ର ପବିତ୍ର ବଡ଼ଓଷା। ପାରମ୍ପରିକ ପ୍ରଥାନୁସାରେ ପ୍ରାତଃ ରୁ ପ୍ରତ୍ୟେକ ଗାଁ ର ମନ୍ଦିର, ମଠ ମାନଙ୍କ ରେ ଶ୍ରଦ୍ଧାଳୁ ପରିବାର ଙ୍କ ପକ୍ଷରୁ ପ୍ରଭୁ ଧବଳେଶ୍ଵର ଙ୍କ ଉଦ୍ଦେଶ୍ୟ ରେ ଚୁଡ଼ା ଘଷା ଓ କଦଳୀ ଶିରିଣି ଭୋଗ ଲାଗି କରଯାଇଛି। ଯଦିଓ କାର୍ତ୍ତିକ ପୂର୍ଣ୍ଣିମା ରେ ଡଙ୍ଗା ଭାସାଯିବାର ବିଧି ରହିଛି ତେବେ ଆସନ୍ତା କାଲି ଚନ୍ଦ୍ର ଗ୍ରହଣ ହେଉଥିବାରୁ ଓ ପ୍ରାତଃ ୫.୩୦ ରୁ ଦେବ ନିତି ବନ୍ଦ ରହିବ ସେଥିପାଇଁ ଆଜି ଅନେକ ଗ୍ରାମ ରେ ଶ୍ରଦ୍ଧାଳୁ ମାନେ ବିଭିନ୍ନ ନଦୀ, ପୁଷ୍କରିଣୀ ରେ ସ୍ନାନ କରି ଡଙ୍ଗା ଭସାଇ ପ୍ରଭୁ ଧବଳେଶ୍ଵର ଙ୍କ ଉଦ୍ଦେଶ୍ୟ ରେ ସମର୍ପଣ କରାଯାଇଥିବା ଚୁଡ଼ାଘଷା ଓ କଦଳି ଶିରିଣି ଭୋଗ ଖାଇଛନ୍ତି।ବଡ଼ ଓଷା ପାଇଁ ପ୍ରାଚୀ ଉପତ୍ୟକା ର କପିଳେଶ୍ଵର, ଗୋ କର୍ଣେଶ୍ୱର, ବେଲେଶ୍ୱର, ଶୋଭନେଶ୍ୱର, ରାମେଶ୍ବର, ଅଙ୍ଗେଶ୍ୱର, ଅମରେଶ୍ୱର, ଗ୍ରାମେଶ୍ୱର, ସମେଶ୍ୱର, ସିଦ୍ଧେଶ୍ୱର,ନାଟେଶ୍ୱର, ମୁକ୍ତେଶ୍ଵର, ହର ଗଣେଶ୍ୱର, ନୀଳ କଣ୍ଠେଶ୍ୱର ପ୍ରଭୁତି ଶୈବ ପୀଠ ମାନଙ୍କ ରେ ଭକ୍ତ ମାନଙ୍କ ଭିଡ଼ ଲାଗିଥିଲା। ବଡ଼ ଓଷା ପ୍ରାତଃ ରେ ପ୍ରଭୁ ଧବଳେଶ୍ଵର ଙ୍କ ଉଦ୍ଦେଶ୍ୟ ରେ ପ୍ରାଚୀ ଉପତ୍ୟକା ର ପ୍ରତ୍ୟେକ ଗାଁରେ ଥିବା ମଠ ମନ୍ଦିର ମାନଙ୍କରେ ଠାକୁର ଙ୍କୁ ସ୍ଥାପନା କରାଯାଇ ଭୋଗ ଲାଗି କରିବାର ପରମ୍ପରା ରହି ଆସିଛି କାହିଁ କେତେ କାଳରୁ। ବଡ଼ ଓଷା ପାଇଁ ପ୍ରାଚୀ ଉପତ୍ୟକା ଉତ୍ସବ ମୁଖର ହୋଇ ପଡିବା ସହିତ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ