ଧବଳେଶ୍ୱରଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିକଟବର୍ତ୍ତୀ ବେତଡା ପଞ୍ଚାୟତ ଅଧିନ କପାଳୀ ରୋଡ ଦୋଳଗୋବିନ୍ଦ ପଡିଆ ଠାରେ ଆଜିକୁ ପ୍ରାୟ ୨୧ ବର୍ଷ ଧରି ଶ୍ରୀ ଶ୍ରୀ ବାବା ଧବଳେଶ୍ୱରଙ୍କ ମୃଣ୍ମୟୀ ମୃର୍ତ୍ତି ସାଙ୍ଗକୁ ପାଶ୍ୱର୍ ଦେବାଦେବୀ ପୂଜା ଅନୁଷ୍ଠିତ ହୋଇଆସୁଥିବା ବେଳେ ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ଏହି ପୂଜା ଅନୁଷ୍ଠିତ ହୋଇଛି । ବଡ ଓଷା ଠାରୁ ଉକ୍ତ ପୂଜା ଆରମ୍ଭ ହୋଇ ୭ ଦିନ ଧରି ଚାଲିବ । ପ୍ରାରମ୍ଭରେ କପାଳୀ ନଦୀରୁ ଶିବପାର୍ବତୀଙ୍କ ୨ଟି ଘଟଉତ୍ତୋଳନ କରାଯାଇ ପୂଜା ମଣ୍ଡପକୁ ଅଣାଯାଇଥିଲା । ଉକ୍ତ ପୂଜାରେ କର୍ତ୍ତା ଭାବେ ପୂଜା କମିଟିର ସଭାପତି ଜଗନ୍ନାଥ ମହାନ୍ତି, ସଂପାଦକ ଲକ୍ଷ୍ମଣ ମହାନ୍ତି ଦାୟୀତ୍ୱ ତୁଲାଇଥିଲେ । ପୂଜକ ସୁରେନ୍ଦ୍ର ପଣ୍ଡା, ଜଗନ୍ନାଥ ପଣ୍ଡା ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ପୂଜା କାର୍ଯ୍ୟରେ କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ