ଧବଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତର ଇଶଳା ଖସିପୁର ଗ୍ରାମରେ ଚାଲିଥିବା ଧବଳେଶ୍ୱର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଧବଳେଶ୍ୱର କ୍ରିକେଟ କ୍ଲବ ପକ୍ଷରୁ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଦଳ ଭାଗନେଇଥିଲେ । ଫାଇନାଲ ମ୍ୟାଚରେ ଧାନଘର ଓସ୍ତପାଳ କ୍ରିକେଟ କ୍ଲବ କୁଣ୍ଡିସାହିିକୁ ୧୦ଉଇକେଟରେ ପରାସ୍ତ କରି ଚମ୍ପିୟନ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି କୁଣ୍ଡିସାହି କ୍ରିକେଟ କ୍ଲବ ୧୦୯ରନ କରିଥିବାବେଳେ ତାର ଜବାବରେ ଧାନଘର ଓସ୍ତପାଳ କ୍ରିକେଟ କ୍ଲବ କୌଣସି ଉଇକେଟ ନହରାଇ ୧୧୦ରନ କରି ବିଜୟୀ ହୋଇଥିଲା । ଅମ୍ପାୟାର ଭାବେ ଜ୍ୟୋତି ରଞ୍ଜନ ଧଳ ଓ ଅମରେଶ ଧଳ ଖେଳ ପରିଚାଳନା କରିଥିବାବେଳେ ସ୍କୋରର ରାଜା ରାଉତ ଓ ଭାଷ୍ୟକାର ଭାବେ ନିରଞ୍ଜନ ଯେନା ଓ ବାପି ଯେନା ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପରିଷଦ ସଦସ୍ୟା କୌଶଲ୍ୟା ସେଠୀ, ସମ୍ମାନୀୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର କୁମାର ଯେନା, ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା, ସମାଜସେବୀ ମହେନ୍ଦ୍ର ପ୍ରଧାନ, ବିଜୟ କୁମାର ସା, ଘନଶ୍ୟାମ ବେହେରା ପ୍ରମୁଖ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଦଳକୁ ପୁରସ୍କାର ବିତରଣ କରିଥିଲେ । ୱାର୍ଡ ସଭ୍ୟ ବାିଧର ସେଠୀ, କ୍ଲବ ସଦସ୍ୟ ବିଶ୍ୱଜିତ ରାଉତ, ପିଣ୍ଟୁ ମଲ୍ଲିକ, ଦିପ୍ତୀ ନାୟକ, ଅବିନାଶ ମହାନ୍ତି, ସିଲୁ ମହାନ୍ତି, ଜିତେନ୍ଦ୍ର ସା, ହିମାଶୁଂ ଶଙ୍ଖୁଆ, ଜଗନ୍ନାଥ ସା, ନିତ୍ୟାନନ୍ଦ ସ୍ୱାଇଁ, କୃପାସିନ୍ଧୁ ପ୍ରଧାନ, ମଣ୍ଟୁ ବାରିକ ଟୁର୍ଣ୍ଣାମେଣ୍ଟ ପାରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ