ଧରଣୀଧର ବିଶ୍ଵବିଦ୍ୟାଳୟରେ ‘ବିଶ୍ଵ ମାତୃଭାଷା ଦିବସ’ ପାଳନ
କେନ୍ଦୁଝର, (ଯୁଗାବ୍ଦ ନ୍ୟୁଜ):କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ଧରଣୀଧର ବିଶ୍ଵବିଦ୍ୟାଳୟ ତରଫରୁ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଆନୁକୂଲ୍ୟରେ ବିଶ୍ଵ ମାତୃଭାଷା ଦିବସ ଉପଲକ୍ଷେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଅଧିବେଶନରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗୀୟ ସୁଧାକର ଦାଶ ଙ୍କ ସଭାପତିତ୍ଵ ସଭା କାର୍ଯ୍ୟ ଆରମ୍ଭ ହୋଇଥଲା। ଯେଉଁଥିରେ ବିଭାଗର ଅଧ୍ୟାପକ ଡକ୍ଟର ଅଧ୍ୟାପକ ଡକ୍ଟର ନାଏକ ତାଙ୍କ ଭାଷାରେ ଓଡ଼ିଆ ଭାଷା କିପରି ନିଜର ସ୍ଥିତିକୁ ଆଜି ପ୍ରଚାର ପ୍ରସାର କରିପାରିଛ ସେ ସଂପର୍କରେ ଆଲୋଚନା ରଖିଥିଲେ ସେହିପରି ଅଧ୍ୟାପକ ଡକ୍ଟର ଅଜୟ କୁମାର ସାହୁ ତାଙ୍କ ବକ୍ତବ୍ୟରେ-ଭାଷା ବ୍ୟକ୍ତି ପାଇଁ କେତେ ଆବଶ୍ୟକ ଏବଂ ଭାଷା କିପରି ମଣିଷର ଜୀବନ ନାଟିକା ତ୍ସଂପର୍କରେ ଆଲୋଚନା ରଖିଥିଲେ। ସେହିପରି ଅଧ୍ୟାପକ ଡକ୍ଟର ଜ୍ୟୋତିକିଶୋର ମହାନ୍ତ ତାଙ୍କ ଅଭିଭାଷଣରେ ମା’ମାତୃଭାଷାର ସୁରକ୍ଷା ଆମ ସମସ୍ତଙ୍କ ପାଇଁ କେତେ ଆବଶ୍ୟକତ ତ୍ସଂପର୍କରେ ନିଜର ମତ ରଖିଥିଲେ ଏବଂଭାଷା ମୁଖ୍ୟ ସ୍ରୋତରେ ମଣିଷକୁ କିପରି ସାମିଲ କରାଯାଇ ପାରିବା, ଭାଷା ଆମ ସଂସ୍କୃତିକୁ କିପରି ମଜବୁତ୍କରୁଛି ତତ୍ସଂପର୍କରେ ଆଲୋଚନା ରଖିଥିଲେ। ଉକ୍ତ ସଭାରେ ସଂସ୍କୃତ ବିଭାଗର ଅଧ୍ୟାପକ ଡକ୍ଟର ପଙ୍କଜ ମାହାନା ଓଡ଼ିଆ ଭାଷାର ଆବଶ୍ୟକ ବ୍ୟକ୍ତି ଜୀବନ ପାଇଁ କେତେ ଆବଶ୍ୟକତ ତ୍ସଂପର୍କରେ ନିଜର ମତ ରଖିଥିଲେ।ସେହିପରି ଦ୍ଵିତୀୟ ଅଧିବେଶନରେ ବିଶ୍ଵବିଦ୍ୟାଳୟ ତରଫରୁ ଅନୁଷ୍ଠିତ ହୋଇଥିବା ବିଶ୍ଵ ମାତୃଭାଷା ଦିବସ ଅବସରରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଏକ ଆଲୋଚନାସଭା ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସେ ତାଙ୍କର ଅଭିଭାଷଣରେ ଭାଷା କିପରି ସଂସ୍କୃତି ଓ ସମାଜକୁ ସୁଦୃଢ କରିପାରେ ତା ସମ୍ପର୍କରେ ଆଲୋଚନା ରଖିଥିଲେ। ଏହି ସଭାରେ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ପରିଷଦ ମୁଖ୍ୟ ଡକ୍ଟର ପ୍ରଭୁ ପ୍ରସାଦ ଦାସ ତାଙ୍କର ଅଭିଭାଷଣରେ ଭାଷା ଏକ ଚିରନ୍ତନ ଗତିଶୀଳ ଧାରା ଯାହା ପରିବର୍ତ୍ତନ ହେଲେ ମଧ୍ୟ ଆମକୁ ଏଥିପ୍ରତି ସଚେତନ ହେବା କିପରି ଆବଶ୍ୟକ ତତ୍ ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ଓଡ଼ିଆ ଭାଷା ସାହିତ୍ୟ ବିଭାଗର ମୁଖ୍ୟ ସୁଧାକର ଦାଶ ଙ୍କ ଅଭିଭାଷଣରେ ଭାଷା କିପରି ସଂସ୍କୃତିର ପ୍ରବାହମାନ ଧାରାକୁ ଜାବୁଡ଼ି ଧରେ ଏବଂ ମଣିଷର ଚେତନ ଓ ଅବଚେତନ ମନରେ ମାତୃଭାଷା କିପରି ସ୍ଵତଃ ଉଚ୍ଚାରିତ ହୋଇଥାଏ ତତ୍ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କଲେ। ପରିଶେଷରେ ବିଶ୍ଵବିଦ୍ୟାଳୟ ତରଫରୁ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ ସାଗର ଚନ୍ଦ୍ର ବେହେରା ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ଅନନ୍ୟା ପ୍ରଜ୍ଞାସ୍ମିତା ତ୍ରିପାଠୀ ଦ୍ୱିତୀୟ ଓ ବର୍ଷା ରାଣୀ ବାରିକ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ ଯାହାଙ୍କୁ ଉକ୍ତ ସଭାରେ କୁଳପତି ପୁରସ୍କୃତ କରିଥିଲେ। ଏହି ସଭାଟି ବିଶ୍ଵବିଦ୍ୟାଳୟର ସମସ୍ତ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଫଲ୍ୟ ମଣ୍ଡିତ ହୋଇଥିଲା ପରିଶେଷରେ ଓଡ଼ିଆ ବିଭାଗର ଅଧ୍ୟାପକ ଡକ୍ଟର ସୁମନ୍ତ୍ର ନାୟକ ନିଜର ମତ ପ୍ରକାଶ କରିବା ସହିତ ଧନ୍ୟବାଦ ଅର୍ପଣ ପର୍ବକୁ ସମାପନ କରିଥିଲେ।