ଧରଣୀମାଳ ଉଚ୍ଚ ବିଦ୍ୟାଳୟର ୨୦୦୮ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ ଅନୁଷ୍ଠିତ!

ନୂଆପଡା, (ଡୋଲେଶ୍ବର ବାଗ):ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଧରଣୀମାଲ ଉଚ୍ଚ ବିଦ୍ୟାଳୟର ୨୦୦୮ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଖଡ଼ିଆଳ ନିକଟ ତିଖାଲି ଡ୍ୟାମ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ୨୦୦୮ ବ୍ୟାଚର ପ୍ରାୟ ୨୯ ଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ସମସ୍ତେ ଏକ ଜୁଟ ହେବା ପରେ ପରସ୍ପର ମଧ୍ୟରେ ପରିଚୟ ସହ ଭାବର ଆଦାନ ପ୍ରଦାନ ହୋଇଥିଲା। ପରେ ଛାତ୍ର ଜୀବନର ଅଭୁଲା ସ୍ମୃତି ସବୁ ମନେପକାଇ ପରସ୍ପର ମଧ୍ୟରେ ଖୁସି ଜାହିର କରିଥିଲେ। ଏହି ବନ୍ଧୁ ମିଳନ ଦୀର୍ଘ ୧୭ ବର୍ଷପରେ ଅନୁଷ୍ଠିତ ହୋଇଥିବା ବେଳେ ପରସ୍ପର ମଧ୍ୟରେ ବହୁ ଆନନ୍ଦ ଅନୁଭବ ହୋଇଥିବା ଜଣାପଡିଛି। ଏଭଳି ବନ୍ଧୁ ମିଳନ ଆଗାମୀ ପ୍ରତିବର୍ଷ ଆୟୋଜନ କରାଯିବ ବୋଲି ପରସ୍ପର ମଧ୍ୟରେ ନିଷ୍ପତ୍ତି ନିଆଯାଇଛି। ଏହି ବନ୍ଧୁ ମିଳନ ଦ୍ୱାରା ପରସ୍ପର ମଧ୍ୟରେ ସମ୍ପର୍କ ନିବିଡ଼ ହେବା ସହ ଦୁଃଖସୁଖରେ ସମସ୍ତେ ସାମିଲ ହୋଇପାରିବା ନେଇ ବିଶେଷ ଆଲୋଚନା କରିଥିଲେ। ଏହା ଦ୍ୱାରା ବ୍ୟକ୍ତିଗତ ସମ୍ପର୍କ ବୃଦ୍ଧି ହେବା ସହ ପାରିବାରିକ ସମ୍ପର୍କ ମଧ୍ୟ ଦୃଢ଼ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଏହି ଅବସରରେ ସମସ୍ତଙ୍କ ପାଇଁ ଭୋଜିଭାତର ଆୟୋଜନ କରାଯାଇଥିଲା। ପରେ ତିଖାଲି ସ୍ଥିତ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହିତ ନାଚଗୀତ କରି ଆନନ୍ଦ ଉପଭୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ଆୟୋଜନରେ ଦିଗାମ୍ବର, ଅମିତ, ସୁମିତ, ଘନଶ୍ୟାମ, ଦୁର୍ଯ୍ୟୋଧନ, ହିମାଂଶୁ, ଦେବେନ୍ଦ୍ର, ଟିକେଲାଲ, ପୂର୍ଣଚନ୍ଦ୍ର, ହରିଶ୍ଚନ୍ଦ୍ର, ଭୁବନେ, ଗଗନ, ଶେଷଦେବ, ହେରାମ୍ବ, ବିଶ୍ୱରଂଜନ, ଦୂଷିଲା, କୁନ୍ତୀ, ସସ୍ମିତା, ଲଷ୍ମୀପ୍ରିୟା, ନୀଲେନ୍ଦ୍ରି, ଦେବାଂଗିନୀ, ଜାନକୀ, ବୈଜୟନ୍ତୀ, ରୌମ୍ୟ ରଞ୍ଜନ,ରୋମାଞ୍ଚଳ, କୃ ତଜ୍ଞ, ରାଜେଶ,ଜରାସନ, ଧରମ, ଜଗଦିଶ, ରଶ୍ମିତା, ଆଶୁତୋଷ,ପ୍ରମୁଖ ନେତୃତ୍ୱ ନେଇଥିଲ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ