ଧରଣୀ ଧର ଉଚ୍ଚ ବିଦ୍ୟାଳୟରେ ୭୧ ତମ ବନ ମହୋତ୍ସବ ପାଳିତ

ଜଗନ୍ନାଥପ୍ରସାଦ, (ସନ୍ତୋଷ କୁମାର ଜେନା):ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବରଗାଁ ଠାରେ ଥିବା ଧରଣୀ ଧର ଉଚ୍ଚ ବିଦ୍ୟାଳୟରେ ୭୧ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ବରଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ଉମା ଶଙ୍କର ବାରିକ ମୁଖ୍ୟ ଅତିଥି ରୂପେ ଯୋଗ ଦାନ କରି ପରିବେଶ ସୁରକ୍ଷା ଜୀବନ ରକ୍ଷା ବିଷୟରେ ଆଲୋକ ପାତ କରିଥିଲେ, ଜଗନ୍ନାଥ ପ୍ରସାଦ ବ୍ଲକ ଉପାଧ୍ୟକ୍ଷ ହିମାଂଶୁ ଶେଖର ବାରିକ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅଥିତି ରୂପେ ଯୋଗଦାନ କରି ବୃକ୍ଷହିଁ ଜୀବନ ବିଷୟରେ ଆଲୋକ ପାତ କରିବା ସହିତ ପ୍ରଚୁର ପରିମାଣରେ ବୃକ୍ଷ ରୋପଣ କରିବା ନିମନ୍ତେ ପରାମର୍ଶ ପ୍ରଦାନ କରିଥିଲେ l ଧରଣୀ ଧର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଦାର ନାଥ ସାମଲ ମଧ୍ୟ ଗଛ ଲଗାଇବା ଦ୍ଵାରା ଆମକୁ ଅଧିକ ସୁଫଳ ମିଳୁଛି କହିଥିଲେ ଆମକୁ ଫୁଲ,ଫଳ, ଖାଦ୍ୟ ସହିତ ଅମ୍ଳଜାନ ପ୍ରଚୁର ପରିମାଣରେ ମିଳୁଛି, ବୃକ୍ଷ ରୋପଣ ଦ୍ଵାରା ଆମକୁ ପ୍ରାକୃତିକ ବିପର୍ଯୟରୁ ମୁକ୍ତି ମିଳିପାରିବ ବୋଲି କହି ସମସ୍ତେ ଅଧିକ ପରିମାଣରେ ବୃକ୍ଷ ରୋପଣ କରିବା ଉଚିତ ବୋଲି କହିଥିଲେ l ଏହି ସୁନ୍ଦର କାର୍ଯ୍ୟକ୍ରମ ଧରଣୀ ଧର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଶ୍ୱ ନାଥ ପାଢ଼ୀ , , ପରିଚାଳନା କମିଟି ଏବଂ ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା l ବର୍ତ୍ତମାନ କରୋନା ମହାମାରୀର ଅଧିକ ପ୍ରଭାବ ଥିବା ଯୋଗୁଁ ସରକାରଙ୍କ ନିର୍ଦେଶ କ୍ରମେ ସାମାଜିକ ଦୂରତା ରକ୍ଷାକରି କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା l ସମସ୍ତଙ୍କ ସହଯୋଗରେ ବିଦ୍ୟାଳୟ ପରିବେଶ ମଧ୍ୟରେ ବୃକ୍ଷ ରୋପଣ କରାଯାଇଥିଲାl ଦୟା ନିଧି ଗୌଡ଼ ଗ୍ରାମ ବାସି, ବସନ୍ତ କୁମାର ପ୍ରଧାନ ଜଣେ ଅଭିଭାବକ, ଏଲ. ଆଇ ଅଶୋକ କୁମାର ବିଷୋୟୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସହଯୋଗ କରିଥିଲେ । ଧରଣୀ ଧର ଉଚ୍ଚ ବିଦ୍ୟାଳୟର କିରାଣୀ ବିଦେଶୀ ସାହୁ ଜଣେ ପରିବେଶ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବଳିଷ୍ଠ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ