ଧରମପୁର ଅଞ୍ଚଳରେ ବ୍ୟାପିବାରେ ଲାଗିଛି ହଇଜା, ଜଣେ ମୃତ, ୬ ଗୁରୁତର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଧରମପୁର ଅଞ୍ଚଳରେ ଗତ କିଛି ଧରି ହଇଜା ବ୍ୟାପିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏହି ହଇଜାରେ ଜଣେ ମହିଳା ଙ୍କ ମୃତ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇ ଚିକିତ୍ସା ହେଉଛନ୍ତି l ମୃତକ ଜଣଙ୍କ ହେଲେ କୁମାରୀ ପ୍ରଧାନ l ଗ୍ରାମରେ କିଛି ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଥିବା ବେଳେ ଭୋଜି ଖାଇ ଏଭଳି ହୋଇଥିବା ଚର୍ଚ୍ଚା ହେଉଛି। ସୂଚନା ଯୋଗ୍ୟ ଯେ ଗ୍ରାମରେ କିଛି ଲୋକଙ୍କୁ ଝାଡ଼ା ବାନ୍ତି ହୋଇଥିବା ବେଳେ ଗ୍ରାମରେ ଥିବା ଘୋରେଇ କ୍ଲିନିକ ଗୁଡିକ ରେ ଚିକିତ୍ସା ହେଉଥିବା ବେଳେ ଅବସ୍ଥା ଗୁରୁତର ହେବା ପରେ ସରକାରୀ ଡାକ୍ତରଖାନା କୁ ଯାଉଥିବା ଅଞ୍ଚାଲରେ ଆଲୋଚନା ହେଉଛି l ରବିବାର ସକାଳ ସମୟରେ ଧରମପୁର ଗାଁର ଗଦା ପ୍ରଧାନଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଥିବା ବେଳେ ସେ ଚିକିତ୍ସିତ ଅଛନ୍ତି। ସେହି ଭଳି ସନ୍ଧ୍ୟାରେ ଝାଡାବାନ୍ତି ଆକ୍ରନ୍ତ ଥିବା କୁମାରୀ ପ୍ରଧାନଙ୍କୁ ଆମ୍ବୁଲାନ୍ସ ଯୋଗେ ଦିଗପହଣ୍ଡି ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ବ୍ରହ୍ମପୁର ନେବା ସମୟରେ ତାଙ୍କର ମୃତୁ ହୋଇଥିବା ସୂଚନା ମିଳିଛି। ଗତ କିଛି ତଳେ ଚକରା ଗଉଡ଼ ଆକ୍ରାନ୍ତ ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡଡିକାଲରେ ଭର୍ତ୍ତି ହୋଇଥିଲେ। ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଖବର ପାଇ ସୋମବାର ଆଡ଼ପଡା (ଡାକ୍ତରଖାନା) ମେଡିକାଲ ଏକ ଟିମ ଧରମପୁର ଗ୍ରାମକୁ ଯାଇ ତଦନ୍ତ କରୁଥିବା ସମୟରେ ଆନନ୍ଦ ପ୍ରଧାନ ନାମକ ଜଣେ ବ୍ୟକ୍ତି ଗ୍ରାମରରେ ଥିବା ଏକ ଘୋରେଇ କ୍ଲିନିକ ରେ ଚିକିତ୍ସା ହୋଇ ନିଜ ଘରେ ସାଲାଇନ ନେଉଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ l ତେବେ ଏଭଳି ଘଟଣା କେଉଁ କାରଣ ଯୋଗୁଁ ଘଟିଛି ତାହା ସ୍ପଷ୍ଟ ହେଉନାହିଁ। ଦୂଷିତ ପାନୀୟ ଜଳ ନାଁ ଅନ୍ୟ କିଛି କାରଣ ରହିଛି ତାହା ସ୍ୱାସ୍ଥ୍ୟ ବିଭାଗ ପହଞ୍ଚି ଅନୁଧ୍ୟାନ କରିବା ପରେ ଜଣା ପଡିବ ବୋଲି କୁହାଯାଉଛି। ଆଡ଼ପଡା ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବାହାନ ଦାସ ଏନେଇ କହିଛନ୍ତି ଯେ ଆଡ଼ପଡା ର ଏକ ଡାକ୍ତରୀ ଦଳ ଗ୍ରାମରେ ପହଞ୍ଚି ତଦନ୍ତ କରି ଫେରିଛନ୍ତି l କିଛି ଲୋକ ଅନ୍ୟ ଗ୍ରାମ ରେ ଭୋଜି ଖାଇ ଆକ୍ରାନ୍ତ ହୋଇ ଥିବା ବେଳେ କିଛି ଲୋକ ବିଲରେ କାମ କରିବା ସମୟରେ ନାଳ ପାଣି ପିଇ ଆକ୍ରାନ୍ତ ହୋଇଥିବା ପ୍ରାଥମିକ ତଦନ୍ତ ରୁ ଜଣାପଡିଛି l ଜଣଙ୍କ ମୃତ ହୋଇଥିବା ବେଳେ ୬ ଜଣ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଥିବା ବେଳେ ୨ ଜଣ ସମ୍ପୂର୍ଣ୍ଣ ଭଲ ହୋଇ ଗ୍ରାମକୁ ଫେରିଥିବା ଜଣାପଡିଛି l