ଧରାକୋଟ ରେ ଯୁବକଙ୍କୁ କଟୁରିରେ ହାଣି ଫେରାର ଦୁଇ ଅଭିଯୁକ୍ତ କୁ କାବୁକଲା ପାଟପୁର ପୋଲିସ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଧରାକୋଟ ଥାନା ଘାସିବିଲ ଗ୍ରାମ ଛକ ନିକଟରେ ଏକ ଯୁବକକୁ ମରଣାନ୍ତକ ଆକ୍ରମଣ କରି ଫେରାର ଦୁଇ ଅଭିଯୁକ୍ତ ପାଟପୁର ପୋଲିସ ପାଟପୁର ଗାନ୍ଧୀ ଛକ ନିକଟରେ କାବୁ କରିଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗ୍ରାମର ପ୍ରୀତମ ମହାନ୍ତି (୨୧) ନାମକ ଜଣେ ଯୁବକକୁ ଏକ ଧାରୁଆ କଟୁରୀ ରେ ମରଣାନ୍ତକ ଆକ୍ରମଣ କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଧରାକୋଟ ଥାନା ଅଧିକାରୀ ଉମାକାନ୍ତ ସାହୁ ଯୁବକକୁ ଆସିକା ଚିକିତ୍ସାଲୟରେ ଭର୍ତ୍ତି କରାଇଥିଲେ। ସଙ୍କଟାପନ୍ନ ଯୋଗୁଁ ବ୍ରହ୍ମପୁର ବଡ଼ ମେଡ଼ିକାଲ ପଠାଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ନିକଟସ୍ଥ ଥାନାକୁ ଖବର ଦେବାପରେ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ପାଇ ସଦଳେବଳେ ପାଟପୁର ଗାନ୍ଧୀ ଛକ ନିକଟରେ ଅଟକିଥିଲା ବେଳେ ଫେରାର ଦୁଇ ଆକ୍ରମଣ କାରୀଏକ ସ୍କୁଟି ରେ ଆସୁଥିବା ବେଳେ ଚଢାଉ କରି କାବୁ କରିଥିବା ଜଣାପଡ଼ିଛି।ଦୁଇ ଆକ୍ରମଣ ଯୁବକ ହେଲେ ଘନଶ୍ୟାମ ରେଡ୍ଡୀ (୨୨) ଓ ଶୁଭମ ବେହେରା (୧୮) ବୋଲି ପୋଲିସର ପ୍ରାଥମିକ ସୂଚନା ଦିଆଯାଇଛି । ପାଟପୁର ଥାନାରେ ଅଟକ ରଖାଯାଇଛି।ଖବର ଅନୁଯାୟୀ ଘାସିବିଲ ଗ୍ରାମର ପ୍ରୀତମ ଓ ଘନଶ୍ୟାମ ମଧ୍ୟରେ ପୂର୍ବ ଶତ୍ରୁତା କୈାଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିବା ନେଇ ଏ ଭଳି ଜଘନ୍ୟ ଅପରାଧ ଘଟିଥିବା ଜଣାପଡ଼ିଛି।


