ଧର୍ମପରାୟଣା ମହିଳାଙ୍କ ପରଲୋକ
ହାଟଡ଼ିହି, : ହାଟଡିହି ବ୍ଲକ ବରାଙ୍ଗ ଗ୍ରାମର ପାଗିଳି ବଳଙ୍କ ୭୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତକାଲି ରାତିରେ ସେ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ନେଇ ଚିକିତ୍ସା କରିବାବେଳେ ତାଙ୍କର ପରଲୋକ ଘଟିଥିଲା । ସେ ଜମ୍ଭୀରା ପଞ୍ଚାୟତର ପୁର୍ବତନ ସରପଞ୍ଚ ଅଲେଖ ବଳଙ୍କ ପତ୍ନୀ ଥିଲେ । ସେ ଜଣେ ଧର୍ମପରାୟଣା, ପରୋପକାରୀ ଓ ବନ୍ଧୁ ବତ୍ସଳା ଭାବେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବରପାଇ ସରପଞ୍ଚଙ୍କ ପ୍ରତିନିଧି ଦଣ୍ଡଧର ସାହୁ, ସମିତିସଭ୍ୟ ପ୍ରଭାତ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ପ୍ରଫୁଲ ମୁଖାଗ୍ନି ଦେଇଥିବାବେଳେ ଅନ୍ୟତମ ପୁଅ ତୁଷାରକାନ୍ତ, ମକୁନ୍ଦ, ସରୋଜ, ଗଣନାଥଙ୍କ ସମେତ ସମସ୍ତ ଗ୍ରାମବାସୀ ଓ ବନ୍ଧୁ ପରିଜନ ମାନେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।