ଧର୍ମପରାୟଣା ମହିଳାଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ବୈଦେହୀ ବରାଳଙ୍କ ୯୫ବର୍ଷ ବୟସରେ ଆଜି ମଧ୍ୟାହ୍ନରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା ଓ ପରୋପକାରୀ ଓ ଭଗବତପ୍ରେମୀ ମହିଳା ଭାବେ ପରିଚିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ମନୋଜ ବରାଳ, ବୋହୁ ବୁଲି ରାଉତ, ଝିଅ ଜୟନ୍ତୀ, ଜ୍ୱାଇଁ ନିରଞ୍ଜନ, ପୁତୁରା ପଙ୍କଜ, ଶ୍ରୀଧର, ରାଜୀବ, ନାତି ଅରବିନ୍ଦ, ସତ୍ୟ, ଘୁଡରା, ନାତୁଣୀ କୁନୁମୁନୁ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ପାଇ ପୁର୍ବତନ ଜିଲ୍ଲାପରିଷଦ ସଦସ୍ୟ ବିଜୟ କୁମାର ରାଉତ, ପୁର୍ବତନ ସରପଞ୍ଚ ଶଶାଙ୍କ ଶେଖର ପୁହାଣ, ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ପ୍ରଶାନ୍ତ ରାଉତ, ଅକ୍ଷୟ କୁମାର ବରାଳ, ମାର୍କଣ୍ଡ ଚରଣ ଓଝା, ଅଜୟ ନାୟକ, ବିନୟ ନାୟକ, ଇନ୍ଦ୍ରମଣି ବରାଳ, ସୁଚିତ୍ରାନନ୍ଦ ବରାଳ, ଇଶ୍ୱର ଚନ୍ଦ୍ର ବରାଳ, ଉତ୍ତମ ଦାସ, ଅନାମ ରାଉତ, ସୁଜନ ବରାଳ, ରସାନନ୍ଦ ରାଉତ, ଗୋଲେଖ ନାୟକ, ବିକ୍ରମ ମୁଦୁଲିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ବୈତରଣୀ ନଦୀକଳକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ମନୋଜ ବରାଳ ମୁଖାଗ୍ନି ଦେଇଥିବାବେଳେ ବହୁ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ