ଧର୍ମପରାୟଣା ମହିଳାଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ସଖିପାଟଣା ଗ୍ରାମର ଧର୍ମପରାୟଣା ମହିଳା ଅଖୁଜି ତ୍ରିପାଠୀ(୯୧)ଙ୍କର ରବିବାର ପରଲୋକ ଘଟିଛି । ସେ ଗତ ୩ ମାସ ହେବ ଅସୁସ୍ଥ ହୋଇ ଘରୋଇ ଚିକିତ୍ସାରେ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ୩ ପୁତ୍ର, ପୁତ୍ରବଧୁ, ନାତିନାତୁଣୀଙ୍କ ସମେତ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ନାଟ୍ୟକାର ତଥା ଅବସରପ୍ରାପ୍ତ ଅଧ୍ୟାପକ ଡଃ.ସୁଧାଂଶୁ ଶେଖର ନାୟକ, ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ, ଗୋପାଳ ଚନ୍ଦ୍ର ପଣ୍ଡାଙ୍କ ସତେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଶେଷ ଦର୍ଶନ କରିଥିଲେ । ଜୀବନକାଳ ମଧ୍ୟରେ ସେ ମନ୍ଦିର ପ୍ରତିଷ୍ଠା କରିବା ସହ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କ୍ଷେତ୍ରରେ ସହଯୋଗ କରିଥିଲେ । ଏଥିସହ ସେ ପ୍ରାକ୍ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ