ଧର୍ମପରାୟଣା ମହିଳାଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଡଅଁର ଗ୍ରାମର ପୁର୍ବତନ ୱାର୍ଡସଭ୍ୟ ବିଶ୍ୱନାଥ ପହିଙ୍କ ଧର୍ମପତ୍ନୀ ହେମଲତା ପହିଙ୍କର ୯୦ବର୍ଷ ବୟସରେ ଗତ ୭ତାରିଖ ଦିନ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମ ପରାୟଣା, ପରୋପକାରୀ ମହିଳା ଭାବେ ଗାଁରେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଡଅଁର ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରଲୋକ ଖବରପାଇ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ଶେଷ ଶ୍ରଦ୍ଧାଞ୍ଚଳୀ ଅର୍ପଣ କରିଥିଲେ । ପରେ ତାଙ୍କ ମରଶରୀରକୁ ପୁରୀ ସ୍ୱର୍ଗଦ୍ୱାରକୁ ନିଆଯାଇ ଶେଷ କୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ଭାଷ୍କର ଚନ୍ଦ୍ର ପହି ମୁଖାଗ୍ନି ଦେଇଥିବାବେଳେ ପ୍ରଦୀପ, ମାନ ଗୋବିନ୍ଦ, ରବିନ୍ଦ୍ର ଶ୍ରୀନିବାସ, ଚନ୍ଦ୍ର ୋଖର, ସୁଧାଶୁଂ ଶେଖର ପ୍ରମୁଖ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ