ଧର୍ମପରାୟଣା ମହିଳାଙ୍କ ପରଲୋକ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଅଧିନସ୍ଥ ନୁଆ ରମ୍ପାସ ଗ୍ରାମର ଶିକ୍ଷାବିତ ଭକ୍ତ ଶେଖର ସାଙ୍କ ଧର୍ମପତ୍ନୀ ଶାନ୍ତିଲତା ସାଙ୍କ ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ କୃଷ୍ଣଭକ୍ତ, ଧର୍ମପରାୟଣା , ପରୋପକାରୀ ମହିଳା ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତୁ୍ୟଶଯ୍ୟା ନିକଟରେ ବଡପୁଅ ଭବାନୀ ଶଙ୍କର, ଅଚୁ୍ୟତ, ଚିତ୍ତରଞ୍ଜନ, ବୋହୁ ମାଙ୍ଗଳିକା, ରଶ୍ମୀତା, ମୀରା ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ସମିତିସଭ୍ୟ ବାବନ ସେଠୀ, ପୁର୍ବତନ ସଭ୍ୟ ଗୋପାଳ ରାଉତ, ପୁର୍ବତନ ସମିତିସଭ୍ୟ ଅକ୍ଷୟ ସେନାପତି, ଶ୍ରୀକାନ୍ତ ପଟ୍ଟନାୟକ, ରବିନ୍ଦ୍ର ସେନାପତି, ଅନିଲ ମହାପାତ୍ର, ଅନୁପମା ସା, କ୍ଷଣପ୍ରଭା ସା, ନିରୁପମା ସାଙ୍କ ସାମତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶେଷ ଦର୍ଶନ କରିଥିଲେ । ଭାଗିରଥି ଖୁଣ୍ଟିଆ, ଦାଶରଥି ଖୁଣ୍ଟିଆ, ରବିନ୍ଦ୍ର ଜେନା, ପାଗଳା ସେନାପତି, ପିଣ୍ଟୁ ଖଣ୍ଡେଇ, ଅଭୟ ସେପାତି, ସୁଶାନ୍ତ ପଟ୍ଟନାୟକ, ଅଲେଖ ପାତ୍ର, ରଞ୍ଜନ ପଣ୍ଡା ପ୍ରମୁଖଙ୍କ ଦ୍ୱାରା ଭଜନ କିର୍ତ୍ତନ କରାଯାଇ ଗାଁ ପରିପକ୍ରମା କରାଇବାପରେ ନିଜ ବାଡିରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ଭବାନୀ ଶଙ୍କର ମୁଖଶଗ୍ନି ଦେଇଥିବାବେଳେ ଅନେକ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।