ଧର୍ମପରାୟଣା ମହିଳାଙ୍କ ପରଲୋକ

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଡଅଁର ଗ୍ରାମର ପଦ୍ମନାଭ ନାୟକଙ୍କ ଧର୍ମପତ୍ନୀ ଜୟନ୍ତୀ ନାୟକଙ୍କ ୮୧ବର୍ଷ ବସରେ ଗତ ଗଣେଶ ପୂଜା ଦିନ ପରଲୋକ ହୋଇଯାଇଛି । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ସ୍ୱାମୀ ପଦ୍ମନାଭଙ୍କ ସହ ପୁଅ ପ୍ରୀୟଦର୍ଶୀ, କାଳିଆ, ବିଦେଶୀ, କାଠି, ଚନ୍ଦୁ, ପୁତୁରା ଖଜନ, ଚଗୁଲୁ, ପାକୁନୁ, ଘୁଡୁରୁ ଝିଅ ଲକି, ନାତି କାହ୍ନା, କୁନାଲ, କ୍ରିଷ୍ଣ, ଗୁଲୁ, ପାକଲା, ଗୁଡୁଲୁ ପ୍ରମୁଖ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣା, ପରୋପକାରୀ ଓ ବନ୍ଧୁ ବତ୍ସଳା ମହିଳା ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଡଅଁର ପଞ୍ଚାୟତରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରଲୋକ ଖବର ପାଇ ପଞ୍ଚାୟତ ସମେତ ଆଖ ପାଖ ଅଞ୍ଚଳର ଅନେକ ମାନଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବା ପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ସାନପୁଅ ଚାନ୍ଦୁ ମୁଖାଗ୍ନି ଦେଇଥିବାବେଳେ ପ୍ରତାପ ଦେଓ, ପ୍ରବୀର ନାୟକ, ସୁକୁଟି ସାହୁ, ଭାଗିରଥି ସାହୁ, ଅଜୁ ସାହୁ, ଆଲୋକ ଜେନା, ବିଷ୍ମୟ ଜେନା, ମୁକ୍ତିକାନ୍ତ ପହି, ମୋହନ ନାୟକ, ଘନ ନାୟକ, ଅର୍ଜୁନ ନାୟକ, କାର୍ତ୍ତକ ପହି, ରଞ୍ଜନ ପହି, ଟୁନା ଜେନା, କିଶୋର ଜେନାଙ୍କ ସମେତ ଅନେକ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ