ଧର୍ମପରାୟଣ ମହିଳାଙ୍କ ପରଲୋକ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌): ବନ୍ତ ବ୍ଲକ ନିଳୋକ ଗ୍ରାମର ଅବସରପ୍ରାପ୍ତ କୃଷି କର୍ମଚାରୀ ନିତ୍ୟାନନ୍ଦ ପଣ୍ଡାଙ୍କ ଧର୍ମପତ୍ନୀ ପଦ୍ମାବତୀ ପଣ୍ଡା(୭୨)ଙ୍କର ଶନିବାର ପରଲୋକ ଘଟିଛି । ଗତ କିଛି ବର୍ଷ ହେବ ସେ ମଧୁମେହ ରୋଗରେ ପିଡିତ ଥାଇ ଚିକିତ୍ସାଧୀନ ଥିଲେ । ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ପରିକ୍ରମା କରାଯାଇ ଦାହ କରାଯାଇଥିଲା । ସାନପୁଅ ନଟବର ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ ନିରାକର, ନିରଞ୍ଜନ, ବୋହୁ, ଝିଅଜ୍ୱାଇଁ, ନାତିନାତୁଣୀଙ୍କ ସମେତ ପରିବାରବର୍ଗ ଓ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ସେ ଜଣେ ମିଷ୍ଠଭାଷୀ, ପରପୋକାରୀ, ଧର୍ମପରାୟଣ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ