ଧର୍ମପରାୟଣା ମହିଳାଙ୍କ ପରଲୋକ
ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତର ପୁର୍ବତନ ସମ୍ପାଦକ ପ୍ରଫୁଲ କୁମାର ପୃଷ୍ଟିଙ୍କ ଝିଅ ତଥା ପୁର୍ବତନ ସରପଞ୍ଚ ବେଣୁଧର ପୃଷ୍ଟିଙ୍କର ଝିଆରୀ ସନ୍ଧ୍ୟାରାଣୀ ସେନାପତିଙ୍କ ୫୯ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ବାଙ୍ଗୋର ଗ୍ରାମର ଘନଶ୍ୟାମ ସେନାପତିଙ୍କ ଧର୍ମପତ୍ନୀ ଅଟନ୍ତି । ସେ ଜଣେ ଧର୍ମପରାୟଣା ମହିଳା ଭାବେ ସମଗ୍ର ଗ୍ରାମରେ ପରିଚିତ ଥିଲେ । ତାଙ୍କ ପରଲୋକ ଖବରପାଇ ବାଙ୍ଗୋର ପଞ୍ଚାୟତର ସରପଞ୍ଚ ଅଙ୍କିତା ପଢ଼ିଆରୀ, ପ୍ରତାପ ପଣ୍ଡା, ସୁବୋଧ ପଣ୍ଡା, ବସନ୍ତ ପଢ଼ିଆରୀ, ଶ୍ରୀଧର ପରିଡା, ପ୍ରଶାନ୍ତ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିବା ସହିତ ଶୋକାକୁଳ ପରିବାରକୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରରିକ୍ରମା କରାଇବା ପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ସାନପୁଅ ଉତ୍ତମ ସେନାପତି ମୁଖାଗ୍ନି ଦେଇଥିବାବେଳେ ବଡପୁଅ ଶାନ୍ତନୁ, ରୋଜି, ରାଜାରାଣୀ, କ୍ଷମାକରଙ୍କ ସମେତ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ ।