ଧର୍ମପରାୟଣା ମହିଳାଙ୍କ ପରଲୋକ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ହାଇସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଗୋବର୍ଦ୍ଧନ ଜେନାଙ୍କ ଧର୍ମପତ୍ନୀ ଅନଙ୍ଗ ମଞ୍ଜରୀ ଜେନାଙ୍କ ୭୬ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା ପରୋପକାରୀ ଓ ବନ୍ଧୁ ବତ୍ସଳା ମହିଳା ଭାବେ ପରିଚିତ ଥିଲେ । ଗତ ୩୦ତାରିଖରେ ତାଙ୍କର ହୃଦଘାତ୍‌ରେ ପରଲୋକ ହୋଇଯାଇଥିଲା । ତାଙ୍କ ପରଲୋକ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତତ୍ପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ନିଜ ଗ୍ରାମ ଭଦ୍ରକ ଜିଲ୍ଲା ଚାନ୍ଦବାଲିର ତୋଟାପଡା ଗ୍ରାମକୁ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ସୁିଦାନନ୍ଦ ଜେନା ମୁଖାଗ୍ନି ଦେଇଥିବାବେଳେ ସାନପୁଅ ମାଧବାନନ୍ଦ ଜେନା, ଝିଅ ମଞ୍ଜୁୁଲତା ଜେନା, ମିନତୀ ମଞ୍ଜରୀ ଜେନା, ମିନାକ୍ଷୀ ଜେନା, ଉଦୟ ନାରାୟଣ ସାମଲ, ଅଶୋକ କୁମାର ନାୟକ, ସଞ୍ଜୟ କୃଷ୍ଣ ମହାପାତ୍ର, ରବି ନାରାୟଣ ଜେନା, ବିଜୟ କୁମାର ଜେନା, ଅଜୟ କୁମାର ଜେନା, ବଟକୃଷ୍ଣ ଜେନା, ନଟବର ଜେନା, ସୁବାସ ଚନ୍ଦ୍ର ଜେନା, ସୁଦର୍ଶନ ଜେନା ପ୍ରମୁଖ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ