ଧର୍ମପରାୟଣା ମହିଳାଙ୍କ ପରଲୋକ
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହାଟଡିହି ବ୍ଲକ ସଢ଼ା ଗ୍ରାମର ଶିକ୍ଷାବିତ ଅଲେଖ ଚନ୍ଦ୍ର ଜେନାଙ୍କ ଧର୍ମପତ୍ନୀ ସରସ୍ୱତୀ ଜେନାଙ୍କ ୭୭ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ ମହିଳା ଭାବେ ସମଗ୍ର ଗ୍ରାମରେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ସଢ଼ା ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବରପାଇ ଧନେଶ୍ୱର ଜେନା, କୁଳମଣି ରାଉତ, ପ୍ରଶାନ୍ତ ରାଉତ, ପଞ୍ଚାନନ ବେହେରା, ସନ୍ତୋଷ ରାଉତ, ପ୍ରଫୁଲ କୁମାର ପହି, ବୈଦ୍ୟନାଥ ସାମଲ, ସତ୍ୟାନନ୍ଦ ପହି, ସାରଙ୍ଗଧର ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତତ୍ପ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ରବିନ୍ଦ୍ର କୁମାର ଜେନା ମୁଖାଗ୍ନି ଦେଇଥିବାବେଳେ ଅନ୍ୟତମ ପୁଅ ଶିକ୍ଷକ ମହେନ୍ଦ୍ର କୁମାର ଜେନା, ନୟନାବାଳା ନାୟକ, ସଞ୍ଜୁକ୍ତା ପାତ୍ର, ଅଞ୍ଜଳୀପ୍ରଭା ଜେନା, ଅବିନାଶ, ଅଭିଷେକ, ଶୁଭଶ୍ରୀ, ଦିବ୍ୟଶ୍ରୀ, ଲକିଙ୍କ ସମେତ ସମସ୍ତ ପରିବାରବର୍ଗ. ବନ୍ଧୁପରିଜନ ଓ ଗ୍ରାମବାସୀମାନେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।