ଧର୍ମପରାୟଣା ମହିଳାଙ୍କ ପରଲୋକ
ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ବଡବୋରସିଂ ପଞ୍ଚାୟତ ଦୁବଲୁଣ୍ଡା ଗ୍ରାମର ଧର୍ମ ପରାୟଣ ମହିଳା କୁମୁଦିନୀ ପାତ୍ର(୮୦) ଗତ ମଙ୍ଗଳବାର ରାତି ୭ ଘଣ୍ଟା ସମୟରେ ନିଜ ବଡପୁଅ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବାସଭବନରେ ପରଲୋକ ଘଟିଛି ।ସେ ବହୁଦିନ ହେଲା ବାର୍ଦ୍ଧକ୍ୟ ଜନୀତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିଲେ ।ମୃତ୍ୟୁ ଶଯ୍ୟା ନିକଟରେ ପୁଅ ସୁର୍ଯ୍ୟ ନାରାୟଣ,ଚନ୍ଦ୍ର ଶେଖର, ନାରୟଣ, କୁବେର ଓ ନାତି ତପନ ,ଝିଅ କୁନି, ବୋହୂ ନାତି ନାତୁଣୀ ଉପସ୍ଥିତ ଥିଲେ ।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବଡବୋରସିଂ ସରପଞ୍ଚ ପ୍ରତିନିଧି ଏସ୍.ରାମେଶ୍ୱର ପାତ୍ର, ପୁର୍ବତନ ସରପଞ୍ଚ ଚିନ୍ତାମଣି ସ୍ୱାଇଁ,ପୁର୍ବତନ ସେବା ସମବାୟ ସମିତି ସଭାପତି ଦିଲ୍ଲୀପ ସ୍ୱାଇଁ,ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଗୋବରା ଅଞ୍ଚଳରେ ଜଣାଶୁଣା ଯୁବ ସଙ୍ଗଠକ ଜଗନ୍ନାଥ ପାତ୍ରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯାଇ ଶେଷ ଦର୍ଶନ କରିଥିଲେ ।ସାନପୁଅ କୁବେର ମୁଖାଗ୍ନି ଦେଇଥିଲେ ।ସେ ଜଣେ ଧର୍ମପରାୟଣା, ପରୋପକାରୀ ମହିଳା ହୋଇଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ଦୁବଲୁଣ୍ଡା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।