ଧର୍ମପରାୟଣା ମହିଳାଙ୍କ ପରଲୋକ

ହାଟଡ଼ିହି,(ବିକାଶ ବିଶ୍ୱାଳ) : ଓରାଳି ଗ୍ରାମର ଜଣାଶୁଣା ବ୍ୟକ୍ତିତ୍ୱ ସ୍ୱର୍ଗତ ଉଦୟନାଥ ଦକ୍ଷିଣରାୟଙ୍କ ପତ୍ନୀ ବାସନ୍ତୀଲତା ଦକ୍ଷିଣରାୟଙ୍କ ୮୪ବର୍ଷ ବୟସରେ ଶୁକ୍ରବାର ରାତି ୯ଟା ସମୟରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ହିମାଶୁଂ, ସୁଧାଶୁଂ, ସୀତାଶୁଂ, ଝିଅ ଡଲି, କଳ୍ପନାଙ୍କ ସମେତ ସମସ୍ତ ପରିବାରବର୍ଗ ଉପସ୍ଥିତ ଥିଲେ । ସେ ଜଣେ ବିଶିଷ୍ଟ ଧର୍ମପରାୟଣା, ପରୋପକାରୀ ମହିଳାଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଓରାଳି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରଲୋକ ଖବରପାଇ ରବିନ୍ଦ୍ର ଦାସ, ରମେଶ ନାୟକ, ନାରଣ ରାଉତ, ନାରଣ ସା, ଅଜୟ ମଣ୍ଡଳ, ତ୍ରିଲୋଚନ ରାଉତ, ବନା ବାରିକ, ଚଇତା ସେଠୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଶେଷ କୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ସାନପୁଅ ସୀତାଶୁଂ ମୁଖାଗ୍ନି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ