ଧର୍ମପରାୟଣା ମହିଳାଙ୍କ ପରଲୋକ

ହାଟଡ଼ିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ ନିସହଂପୁର ଗ୍ରାମର ଭିକାରୀ ଚରଣ ଜେନାଙ୍କ ପତ୍ନୀ ସୁଲୋଚନା ଜେନାଙ୍କ ୭୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣା, ପରୋପକାରୀ, ବନ୍ଧୁ ବତ୍ସଳା ମହିଳା ଭାବେ ଗ୍ରାମରେ ପରିଚିତ ôତଲେ । ଗତ୧୬ତାରିଖ ରାତି ୧୨ଟାବେଳେ ତାଙ୍କର ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା । ମୃତ୍ୟୁଶଯ୍ୟା ନିକଟରେ ପୁଅ ଶଶି ଭୁଷଣ, ବିଧୂଭୁଷଣ, ବୋହୁ ଝରଣା, ଜ୍ୟୋତ୍ସାମୟୀ, ଝିଅ ସ୍ନେହଲତା, ଲକ୍ଷ୍ମୀପ୍ରୀୟା, ସୁଶ୍ରୀ ସଙ୍ଗିତା ପ୍ରମୁଖ ଉପସ୍ଥିତ ଥିଲେ । ପରଲୋକ ଖବରପାଇ ଦୟାନିଧି ବ୍ରହ୍ମ, ଭଗବାନ ପଣ୍ଡା, ସୁରେନ୍ଦ୍ର ପରିଡା, ଦେବେନ୍ଦ୍ର ମଲ୍ଲିକ, ପ୍ରଦୀପ ଜେନା, ଭୀମସେନ ବେହେରା, ଆଦିତ୍ୟ ଧଳଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତସ୍ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତତ୍ପ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ବିଧୂଭୁଷଣ ମୁଖାଗ୍ନି ଦେଇଥିଲାବେଳେ ସମସ୍ତ ବନ୍ଧୁ ପରିଜନ ମାନେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ