ଧର୍ମପରାୟଣ ତ୍ରିନାଥଙ୍କ ପରଲୋକ
ଗଞ୍ଜାମ, (ବିନୋଦ ପଲେଇ):ଗଂଜାମ ବ୍ଲକ ଅନ୍ତର୍ଗତ ଉମ୍ବୁରି ଧର୍ମସରଣ ପୁର ଗ୍ରାମର ଧର୍ମପରାୟଣ ଵେକ୍ତିତ୍ବ, ମିଷ୍ଟାଭାଷୀ, ପରପୋକାରି ତ୍ରିନାଥ ପ୍ରଧାନ (ବଡଓଡ଼ିଆ )ଙ୍କ ଦେହାନ୍ତ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ବୟସ ହୋଇଥିଲା। ତାଙ୍କର ମୃତ୍ୟୁ ଖବର ଶୁଣି ବିଭିନ୍ନ ବର୍ଗର ଲୋକେ ଯାଇ ଶେଷ ଦର୍ଶନ କାରିଥିଲେ । ତାଙ୍କ ମୃତ୍ୟୁଶଯ୍ୟା ପାଖରେ ଅବସରପ୍ରାପ୍ତ ଅଧ୍ୟକ୍ଷ ଦେବରାଜ ପ୍ରଧାନ ପୁତ୍ର ଡାକ୍ତର ନୀଳକତା ପ୍ରଧାନ, ଏକ୍ସରେ ଟେକ୍ନିସିଆନ ଅରୁଣ ପ୍ରଧାନ, ଭାଗିରଥି ପ୍ରଧାନ, ଜତିରାଜ ପ୍ରଧାନଙ୍କ ସମେତ ସମସ୍ତ ପୁତ୍ରବଧୁ ଉପସ୍ଥିତ ଥିଲେ । ଶେଷରେ ଏକ ଶୋଭାଯାତ୍ରାରେ ଋଷିକୂଲ୍ୟା ନଦୀ ତଟେ ଶବ ସତ୍କାର କରାଯାଇଥିଲା । ତାଙ୍କର ମୃତ୍ୟୁରେ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି ।


