ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଶୁକ୍ରବାର ବନ୍ତ ବ୍ଲକ ନିଳୋକ ଗ୍ରାମର ଧର୍ମପରାୟଣ ବ୍ୟକ୍ତି କେଳୁ ଚରଣ ରାଜ(୭୮)ଙ୍କର ପରଲୋକ ଘଟିଛି । ଆଜି ସକାଳେ ସେ ହଠାତ୍ ଅସୁସ୍ଥ ହୋଇପଡିବା ସହ ତାଙ୍କର ବିୟୋଗ ଘଟିଥିଲା । ମୃତ୍ୟୁ ଶର୍ଯ୍ୟା ନିକଟରେ ପୁଅ ରାମଚନ୍ଦ୍ର, ହରିହର, ବୋହୁ, ଭାଇ ଓ ପରିବାରବର୍ଗ ଉପସ୍ଥିତ ଥିଲେ । ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଦାହ କରାଯାଇଥିଲା । ସେ ନିଳୋକସ୍ଥିତ ମା’ବଉଳାଶୁଣୀ ପୂଜା କମିଟିର ବିଭିନ୍ନ ଦାୟୀତ୍ୱ ତୁଲାଇଆସିଥିଲେ । ଏଥିସହ ସେ ମା’ବଉଳାଶୁଣୀଙ୍କ ଆର୍ବିଭାବ ସଂପର୍କରେ ଏକ ସଂଗୀତ ପୁସ୍ତକ ରଚନା କରିଥିଲେ । ସେ ଜଣେ ସରଳ, ପରୋପକାରୀ ଓ ଧର୍ମପରାୟଣ ବ୍ୟକ୍ତି ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ