ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଓରାଳି ଗ୍ରାମର ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ ଭାଷ୍କର ପ୍ରଧାନଙ୍କ ୯୮ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତ ଗୁରୁବାର ରାତି ୩ଟାବେଳେ ତାଙ୍କର ହୃଦଘାତରେ ତାଙ୍କର ପରଲୋକ ଘଟିଥିଲା । ସେ ଜଣେ ଧର୍ମପରାୟଣ, ପରୋପକାରୀ ବ୍ୟକ୍ତି ଭାବେ ସମଗ୍ର ପଞ୍ଚାୟତରେ ପରିଚିତ ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ପ୍ରହଲ୍ଲାଦ, ଅରୁଣ, ବୋହୁ କନକ, ଉର୍ମିଳା, ଝିଅ ସୁମିତ୍ରା, ତପସ୍ୱିନୀ, ଶ୍ୱେତପ୍ରଭା, ପ୍ରଦ୍ୟୁମ୍ନ, ପ୍ରସନ୍ନ, ଶଶିରେଖା, ମଧୁସୁଦନ, ଶ୍ରଦ୍ଧାଞ୍ଜଳୀ, ଅବିନାଶ ପ୍ରମୁସ୍ପରିବାର ଲୋକେ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ବରିଷ୍ଠ ସାମ୍ବାଦିକ ସୁବ୍ରତ ପଟ୍ଟନାୟକ, ପ୍ରତାପ ଜେନା, ବୁବୁ ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ଟିଲା ପଟ୍ଟନାୟକ, ତ୍ରୀଲୋଚନ ପୁହାଣ, ପ୍ରଶାନ୍ତ ରାଉତ, ସୁଧାଶୁଂ ଦକ୍ଷିଣରାୟ, ରମେଶ ବାରିକ, ଶରତ ଲେଙ୍କା, ହରିଶ୍ଚନ୍ଦ୍ର ଜେନା, ଟୁନା ବେହେରା, ଶତୃଘ୍ନ ରାଉତଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ,କ ଶୋଭାଯାତ୍ରାରେ ନିଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ପ୍ରହଲ୍ଲାଦ ମୁଖାଗ୍ନି ଦେଇଥିଲେ ।


