ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଢ଼େଙ୍କା ପଞ୍ଚାୟତ ମୁଣ୍ଡକାଟି ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଭାଗିରଥି ଖୁଣ୍ଟିଆଙ୍କ ୮୨ବର୍ଷ ବୟସରେ ଗତ ଗୁରୁବାର ଦିନ ପରଲୋକ ହୋଇଯାଇଛି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପୁଅ ଡାକ୍ତର ଦେବବ୍ରତ ଖୁଣ୍ଟିଆ, ବୋହୁ ଶୋଭାମଞ୍ଜରୀ ଜେନା, ନାତୁଣୀ ରୁତୁପର୍ଣ୍ଣା, ଦେବାଂଶୀ, ଝିଅ କନକ, ସୁକାନ୍ତୀ, ସ୍ନେହଲତା, ମନୋରମା, ରୋଜାଲିନୀ, ଜ୍ୱାଇଁ ଶ୍ରୀଧର, ବିଦ୍ୟାଧର, ମଧୁସୁଦନ, ଦୀପକ ପ୍ରମୁଖ ଉପସ୍ଥିତ ଥିଲେ । ସେ ଜଣେ ସୁନାମଧନ୍ୟ ଶିକ୍ଷକ ସହିତ ଧର୍ମପରାୟଣ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ପରଲୋକରେ ଢ଼େଙ୍କା ପଞ୍ଚାୟତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକ ଖବରପାଇ ପଞ୍ଚାୟତର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ଦେବବ୍ରତ ମୁଖାଗ୍ନି ଦେଇଥିବାବେଳେ ଗାଁର ଅନେକ ଲୋକ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ