ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ଶାସଙ୍ଗ ଗ୍ରାମର ଲକ୍ଷ୍ମୀଧର ସ୍ୱାଇଁଙ୍କର ୮୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ ବ୍ୟକ୍ତି ଭାବେ ଜଣାଶୁଣା ଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଭାଇ କୃଷ୍ଣଚନ୍ଦ୍ର ସ୍ୱାଇଁ, ପୁଅ ପ୍ରତାପ ସ୍ୱାଇଁ, ପ୍ରମୋଦ ସ୍ୱାଇଁ, ପୁତୁରା ପ୍ରଦୀପ ସ୍ୱାଇଁ, ଜ୍ୱାଇଁ ରବିନ୍ଦ୍ର ଆୟଚ, ପୁର୍ଣ୍ଣଚନ୍ଦ୍ର ପଣ୍ଡା, ଶ୍ରୀକାନ୍ତ ଘଡେଇ, ଆଦିତ୍ୟ ନାରାୟଣ ସ୍ୱାଇଁ, ଅଂଶୁମାନ ସ୍ୱାଇଁ, ଆଶୁତୋଷ ସ୍ୱାଇଁ, ତାଙ୍କ ପରଲୋକ ଖବରପାଇ ତପୋଧନ ସ୍ୱାଇଁ, ବୀରଭଦ୍ର ବିଶ୍ୱାଳ, ମାନସ କୁମାର ବିଶ୍ୱାଳ, ହାଡିବନ୍ଧୁ ବିଶ୍ୱାଳ, ଶରତ ଚନ୍ଦ୍ର ନାୟକ, ପ୍ରମୋଦ ବିଶ୍ୱାଳ, ସୁଧିର ବିଶ୍ୱାଳ, ରବିନ୍ଦ୍ର କୁମାର ସ୍ୱାଇଁ, ରାଜକିଶୋର ଦାସ, ହେମନ୍ତ କୁମାର ସ୍ୱାଇଁଙ୍କ ସମେତ ବହୁ ଗ୍ରାମବାସୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ ।ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ପ୍ରତାପ ସ୍ୱାଇଁ ମୁଖାଗ୍ନି ଦେଇଥିବାବେଳେ ପରିବାର ଲୋକଙ୍କ ସହିତ ଅନେକ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ