ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତ ଟୁକୁଣା ଗ୍ରାମର ପୁର୍ବତନ ଜିଲ୍ଲାପରିଷଦ ତଥା ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ବାପା ନାରାୟଣ ଚନ୍ଦ୍ର ଜେନାଙ୍କ ୮୯ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଏକାଧାରରେ ଜଣେ ଧର୍ମ ପରାୟଣ, ପରୋପକାରୀ, ମିଷ୍ଟଭାଷୀ ବ୍ୟକ୍ତି ଭାବେ ସମଗ୍ର ଅଞ୍ଚଳରେ ପରିଚିତ ଥିଲେ । ତାଙ୍କ ପରଲୋକରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତୁ୍ୟଶଯ୍ୟା ନିକଟରେ ତାଙ୍କ ପୁଅ ସୁରେନ୍ଦ୍ରଙ୍କ ସହ ଭାଇ କୃଷ୍ଣଚନ୍ଦ୍ର ଜେନା, ପୁତୁରା ରବିନ୍ଦ୍ର, ମହେନ୍ଦ୍ର, ଦେବେନ୍ଦ୍ର, ସଚିନ୍ଦ୍ର, ହେମନ୍ତ, ଜ୍ୱାଇଁ ମନୋରଞ୍ଜନ ମହାପାତ୍ର, ଗେଷେ ବିଶ୍ୱାଳ, ଗଗନ ରାଉଳ, କୈଳାଶ ମଲ୍ଲିକ, ପ୍ରମୋଦ ବିଶ୍ୱାଳଙ୍କ ସମେତ ସମସ୍ତ ପରିବାର ଲୋକେ ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବରପାଇ ବିଧାୟକ ଭାଗିରଥି ସେଠୀ, ପୁର୍ବତନ ବିଧାୟକ ମାୟାଧର ଜେନା, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ବିଜୟ କୁମାର ରାଉତ, ରବିନ୍ଦ୍ର କୁମାର ସାହୁ, ବିଶ୍ୱନାଥ ନାୟକ, ଅଭିମନୁ୍ୟ ସେଠୀ, କଳିଗାଁର ପୁର୍ବତନ ସରପଞ୍ଚ ଅମରେନ୍ଦ୍ର ଧଳ, ନାରାୟଣ ଜେନା, ବଡରମ୍ପାସ ପଞ୍ଚାୟତର ସରପଞ୍ଚ ରବିନ୍ଦ୍ର ଜେନା, ସମିତିସଭ୍ୟ ବାବନ ଚରଣ ସେଠୀ, ବ୍ଲକ ବିଜେଡି ଯୁବ ଉପସଭାପତି ବଳରାମ ସାହୁ, ଉପେନ୍ଦ୍ର ସେନାପତି, ସୁବ୍ରତ ମହାପାତ୍ର, ଭଗବାନ ନାୟକ, ମନୋରଞ୍ଜନ ଧଳ, ବେଣୁଧର ବେହେରା, ନବଘନ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ଓ ଟୁକୁଣା ବଜାର ପରିକ୍ରମା କରାଯାଇ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ଏକମାତ୍ର ପଅ ସୁରେନ୍ଦ୍ର ମୁଖାଗ୍ନି ଦେଇଥିବାବେଳେ ସମସ୍ତ ପରିବାର ଲୋକ ଓ ଗ୍ରାମବାସୀମାନେ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।