ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଶାଳଣିଆଁ ପଞ୍ଚାୟତର ପୁର୍ବତନ ସମିତିସଭ୍ୟ ବିରେଦନ୍ଦ୍ର କୁମାର ବିଶ୍ୱାଳଙ୍କ ବାପା ଶରତ ଚନ୍ଦ୍ର ବିଶ୍ୱାଳଙ୍କ ୮୨ବର୍ଷ ବୟସରେ ପରଲୋକ ହୋଇଯାଇଛି । ଗତ ଦୁଇଦିନ ତଳେ ଅକସ୍ମାତ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁଶଯ୍ୟା ନିକଟରେ ପୁଅ ବିରେନ୍ଦ୍ର, ରବିନ୍ଦ୍ର, ସୁରେନ୍ଦ୍ର, ବୋହୁ ବିଦୁଲତା, ଅହଲ୍ୟା, ଶୁଶ୍ରୀ, ପଦ୍ମିନୀ, ଝିଅ ସୌଦାମିନୀ, ଅନ୍ନପୁର୍ଣ୍ଣା, ଜ୍ୱାଇଁ ମନୋରଞ୍ଜନ, ରବିନ୍ଦ୍ର ପ୍ରମୁଖ ୁପସ୍ଥିତ ଥିଲେ । ସେ ଜଣେ ଧର୍ମ ପରାୟଣ, ପରୋପକାରୀ ବ୍ୟକ୍ତି ଭାବରେ ସମଗ୍ର ଅଞ୍ଚଳରେ ଜଣାଶୁଣା ଥିଲେ । ତାଙ୍କ ପରଲୋକରେ ସମଗ୍ର ଶାଳଣିଆଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲାକ ଖବରପାଇ ହାଟଡିହି ବ୍ଲକର ବିଭିନ୍ନ ଅଞ୍ଚଳରୁ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶେଷ ଦର୍ଶନ କରିଛନ୍ତି । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ ଗାଁ ସ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଛି ।