ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ହାଟଡ଼ିହି, ,(ଯୁଗାବ୍ଦ ନ୍ୟୁଜ୍) ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ମୋହନ ଚରଣ ନାୟକଙ୍କ ୭୧ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ବିନୟ ନାୟକ, ଅମୀୟ ନାୟକ,ମନୋରମା ନାୟକ, ନିରୁପମା ନାୟକ, ବିଣାପାଣି ନାୟକ, ବଳିଆ, ଶିଶିର, ଲିଟୁ, ବିଦ୍ୟାଧର, ମଧୁସୁଦନ, ଟୁକୁନା, ଲିନୁ, ରାକେଶ ପ୍ରମୁଖ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ବନ୍ଧୁ ବତ୍ସଳ ବ୍ୟକ୍ତି ଭାବରେ ସମଗ୍ର ଗ୍ରାମରେ ପରିଚିତ ଥିଲେ । ତାଙ୍କ ପରଲୋକ ଖବର ପାଇ ସୁଧାଶୁଂ ରାଉତ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ମନୋଜ ବରାଳ, ଶ୍ରୀକାନ୍ତ ବରାଳ, ଇନ୍ଦ୍ରମଣି ବରାଳ, ଶଶାଙ୍କ ଶେଖର ପୁହାଣ, ପ୍ରଶାନ୍ତ ରାଉତ, ଇଶ୍ୱର ବରାଳ, ଗୋଲେଖ ନାୟକ, ବାବାଜି ନାୟକ, ରଙ୍କନାଥ ବରାଳ, ଲକ୍ଷ୍ମୀଧର ନାୟକ, ବାବନ ରାଉତ, କୁଳମଣି ବରାଳ, ବିଶ୍ୱନାଥ ବିଶ୍ୱାଳ, ଦତ୍ତାତ୍ରୟ ରାୟ ସର୍ଦ୍ଦାରଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ବୈରଣୀ ନଦୀ କୁଳରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରିଥିଲେ ।