ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ମୋହନପୁର ଗ୍ରାମର ଧର୍ମପରାୟଣ ବ୍ୟକ୍ତି ବସନ୍ତ କୁମାର ରାଉତ(୬୮)ଙ୍କର ଗତ ବୁଧବାର ପରଲୋକ ଘଟିଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ସାନଭାଇ ଶ୍ୱେତ ରାଉତ, ପୁତ୍ର ଆଲୋକ ରାଉତ, ବିକାଶ ରାଉତ, ପୁତ୍ର ବଧୁ ଆଶା, ବର୍ଷା, ନାତିନାତୁଣୀ, ଝିଅ, ଜ୍ୱାଇଁଙ୍କ ସମେତ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ । ସେ ଜଣେ ମିଷ୍ଠଭାଷୀ, ମେଳାପୀ, ପରୋପକାରୀ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।