ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ନିଳୋକ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ଚିନ୍ତାମଣି ଦ୍ୱିବେଦୀ(୬୭)ଙ୍କର ସୋମବାର ପରଲୋକ ଘଟିଛି । ଗତ କିଛି ଦିନ ଧରି ସେ କିଡନୀ ଜନିତ ରୋଗରେ ପିଡିତ ଥାଇ ଚିକିତ୍ସାଧିନ ଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ନାରାୟଣ, ରମେଶ, ସୁରେଶଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ସ୍ଥାନୀୟ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ନିକଟ ସମ୍ପର୍କୀୟ ମାନେ ତାଙ୍କ ବାସ ଭବନରେ ପହଞ୍ôଚ ଶବାଧାରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରେ ମର ଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଦାହ କରାଯାଇଥିଲା । ସାନପୁଅ ଗଣେଶ ମୁଖାଗ୍ନି ଦେଇଥିଲେ । ସେ ଜଣେ ପରୋପକାରୀ, ଧର୍ମପରାୟଣ ବ୍ୟକ୍ତି ଥିଲେ । ଏଥିସହ ସେ ଆଖପାଖ ଅଞ୍ଚଳର ଜଣେ ପ୍ରତିଷ୍ଠିତ ପୁରୋହିତ ଥିଲେ । ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।