ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ) : ହାଟଡିହି ବ୍ଲକଶାଳଣିଆଁ ଗ୍ରାମର ପଦ୍ମନାଭ ଜେନାଙ୍କ ୮୦ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ଜଣେ ଧର୍ମପରାୟଣ, ପରୋପକାରୀ ଓ ବନ୍ଧୁ ବତ୍ସଳ ତଥା ଦୃଢ଼ ସଂଗଠକ ଭାବେ ସମଗ୍ର ଅଞ୍ଚଳରେ ଜଣାଶୁଣା ଥିଲେ । ତାଙ୍କ ପରଲୋକ ଖବରପାଇ ଶାଳଣିଆଁ ସରପଞ୍ଚ ଶ୍ରୀଧର ବେହେରା, ପୁର୍ବତନ ସମିତିସଭ୍ୟ ବିରେନ୍ଦ୍ର କୁମାର ବିଶ୍ୱାଳ, ନାରାୟଣ ଚନ୍ଦ୍ର ବେହେରା, ଅରିୟାନ ଏକାଡେମୀର ଶିକ୍ଷକ ଜିତେନ୍ଦ୍ର କୁମାର ଜେନା, ବୈଦ୍ୟନାଥ ବେହେରା, ପ୍ରକାଶ କୁମାର ପାତ୍ରଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ପରେ ତାଙ୍କ ମରଶରୀରକୁ ଗ୍ରାମ ପରିକ୍ରମା କରାଇବାପରେ ଗାଁ ଶ୍ମଶାନରେ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ବଡପୁଅ ସରୋଜ କୁମାର ଜେନା ମୁଖାଗ୍ନି ଦେଇଥିବାବେଳେ ବିନୋଦ ଜେନା, ସଞ୍ଜୟ ଜେନା, ପ୍ରଦୀପ ଜେନା, ପ୍ରଶାନ୍ତ ଜେନା, ପଙ୍କଜ ଜେନା, ନିହାର ଜେନା, ତୁଷାର, ଶିବ ପ୍ରସାଦ, ହିମାଶୁଂଙ୍କ ସମେତ ବହୁ ଗ୍ରାମବାସୀ ସଂସ୍କାର କାର୍ଯ୍ୟରେ ସାମିଲ ହୋଇଥିଲେ ।