ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ
ବନ୍ତ, (ଯୁଗାଦ୍ଧ ନ୍ୟୁଜ୍) : ବନ୍ତ ବ୍ଲକ ପାଶ୍ୱର୍ବର୍ତ୍ତୀ ନାଆଁମୀ ପଞ୍ଚାୟତ ତୋଟାସାହି ଗ୍ରାମର ଧର୍ମପରାୟଣ ବ୍ୟକ୍ତି ଗଙ୍ଗାଧର ଜେନା(୬୮)ଙ୍କର ପରଲୋକ ଘଟିଛି । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ପୁରୀସ୍ୱର୍ଗ ଦ୍ୱାରା ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ବଡ ପୁଅ ହିମାଂଶୁ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ଶର୍ଯ୍ୟା ନିକଟରେ ସାନଭାଇ ବିମ୍ବାଧର, ପୁଅ ଚନ୍ଦ୍ର ଶେଖର, ରାଜେଶ ଓ ଝିଅ, ଜ୍ୱାଇଁ, ପରିବାରବର୍ଗଙ୍କ ସମେତ ଆତ୍ମୀୟସ୍ୱଜନ ମାନେ ଉପସ୍ଥିତ ଥିଲେ । ଖବର ପାଇ ବନ୍ତ ଓ ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ନେତୃବୃନ୍ଦଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ସ୍ୱର୍ଗତ ଜେନାଙ୍କ ଶେଷ ଦର୍ଶନ କରିବା ସହ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।