ଧର୍ମପରାୟଣ ବ୍ୟକ୍ତିଙ୍କ ହୃଦ୍‌ଘାତରେ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ୍ ଛୟାଳସିଂହସ୍ଥିତ ଶିରିଡ଼ି ସାଇ ମନ୍ଦିରର ପ୍ରତିଷ୍ଠାତା ତଥା ସମାଜସେବୀ ସ୍ୱର୍ଗତ ଶ୍ୟାମସୁନ୍ଦର ସାହୁଙ୍କର ଗତ ୭ ତାରିଖ ଦିନ ସନ୍ଧ୍ୟା ସମୟରେ କଲିକତାର କର୍ମସ୍ଥଳରେ ଥିବା ବେଳେ ୬୪ ବର୍ଷ ବୟସରେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଯାଇଛି । ହଠାତ୍ ତାଙ୍କର ମୃତ୍ୟୁ ଖବର ଶୁଣି ସମସ୍ତେ ସ୍ତବ୍ଧ ହୋଇ ଯାଇଥିବା ବେଳେ ୮ ତାରିଖ ଅପରାହ୍ନରେ ତାଙ୍କର ମରଶରୀର କଲିକତାରୁ ଆସି ତାଙ୍କ ବାସଭବନରେ ପହଂଚିବା ପରେ ସେଠାରେ ଅପେକ୍ଷାରତ ପ୍ରାୟ ୫ ଶହରୁ ଊର୍ଦ୍ଧ୍ୱ ଲୋକେ ଶୋକରେ ମ୍ରିୟମାଣ ହୋଇ ପଡ଼ିଥିଲେ । ପରେ ମହାମନ୍ତ୍ର ନାମ ସଂକୀର୍ତନ କରାଯାଇ ତାଙ୍କ ମର ଶରୀରକୁ ବଜାର ଓ ଗ୍ରାମ ପରିକ୍ରମା କରାଯିବା ପରେ ତାଙ୍କ ନିଜସ୍ୱ ଜାଗାରେ ଅନ୍ତିମ ସଂସ୍କାର କରା ଯାଇଥିଲା । ବଡ଼ ପୁଅ ଆଲୋକ ମୁଖାଗ୍ନି ଦେଇଥିବା ବେଳେ ତାଙ୍କର ଆତ୍ମୀୟ ସ୍ୱଜନ ଏବଂ ବନ୍ଧୁ ପରିଜନଙ୍କ ସମେତ ଛୟାଳସିଂହ ସମେତ ଆଖପାଖ ଗ୍ରାମର ବାସିନ୍ଦା ତଥା ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ପରିବାରରେ ତାଙ୍କ ସ୍ତ୍ରୀ, ଦୁଇ ପୁଅ ଓ ଦୁଇ ବିବାହିତା ଝିଅ ଏବଂ ନାତିନାତୁଣୀ ଥିବା ବେଳେ ସେ କଲିକତାରେ ରହି ଏକ ହୋଟେଲ ଏବଂ ଲଜ୍ ଚଳାଉଥିଲେ । ସେ ଜଣେ ଅତି ସରଳ, ମେଳାପୀ, ପରୋପକାରୀ ତଥା ମିଷ୍ଟଭାଷୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିୟୋଗରେ ସମଗ୍ର ଅଂଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ