ଧର୍ମପରାୟଣ ମହିଳାଙ୍କ ଅକାଳ ବିୟୋଗ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ସାହାଡାପଲ୍ଲୀ ଗ୍ରାମର ଗଣେଶ ଚନ୍ଦ୍ର ପଣ୍ଡାଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣ ମହିଳା ବାସନ୍ତୀ ପଣ୍ଡା(୪୨)ଙ୍କର ଅକାଳ ବିୟୋଗ ଘଟିଛି । ଗତ କିଛି ମାସ ହେବ ସେ କର୍କଟ ରୋଗରେ ପିଡିତ ଥାଇ କଟକସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ହସପିଟାଲରେ ଚିିକିତ୍ସାଧୀନ ଥିଲେ । ରବିବାର ଭୋର ୪ଟା ବେଳେ ତାଙ୍କର ପରଲୋକ ଘଟିଛି । ଖବର ପାଇ ଆଖପାଖ ଗ୍ରାମର ଆତ୍ମୀୟ ସ୍ୱଜନ ସମେତ ବହୁ ବ୍ୟକ୍ତି ବିଶେଷ ତାଙ୍କର ଶେଷ ଦର୍ଶନ କରିବା ସହିତ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଅନ୍ତିମ ସଂସ୍କାର କରାଯାଇଥିଲା । ପୁଅ ସୌମ୍ୟ ରଂଜନ ମୁଖାଗ୍ନି ଦେଇଥିଲେ । ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ଧର୍ମପରାୟଣ ମହିଳା ଥିଲେ । ତାଙ୍କର ଏକ ମାତ୍ର ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।


