ଧର୍ମପରାୟଣ ମହିଳାଙ୍କ ପରଲୋକ
ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍): ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଗଣ୍ଡାଧର ଗ୍ରାମର ଧର୍ମପରାୟଣ ମହିଳା ସୁରେଖା ନାୟକଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା। ସର୍ଦ୍ଧାର ପରିବାର ଜଣେ ବୟୋଜେଷ୍ଠ ବ୍ୟକ୍ତିତ୍ବ ଭାବେ ଅଞ୍ଚଳରେ ପରିଚିତ ଥିରଲେ। ସେ ଏକାଧାରରେ ଜଣେ ଧର୍ମପରାୟଣ, ମିଷ୍ଟଭାଷୀ ଓ ମେଳାପୀ ବ୍ୟକ୍ତି ଥିଲେ। ଏଥିସହ ଦୈନନ୍ଦିନ ଖବରକାଗଜର ସୁପାଠିକା ଭାବେ ସମସ୍ତେ ତାଙ୍କୁ ଜାଣନ୍ତି। ଗତ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ପିଡାରେ ପିଡୀତ ଥିଲେ। ଗତକାଲି ଅପରାହ୍ନ ସମୟରେ ତାଙ୍କର ଦେହାନ୍ତ ଘଟିଛି। ମୃତ୍ୟୁ ଶଯ୍ୟା ନିକଟରେ ତିନି ପୁତ୍ର ପ୍ରଭାକର ନାୟକ, ବସନ୍ତ କୁମାର ନାୟକ, ବଂଶଧୀର ନାୟକଙ୍କ ସମେତ ତିନି ବୋହୂ, ତିନି ଝିଅ ଓ ନାତିନାତୁଣୀମାନେଲ ଉପସ୍ଥିତ ଥିଲେ। ଜଗନ୍ନାଥ ପ୍ରସାଦ ବ୍ଲକ ବିଜେଡି ସଭାପତି ମୋହନ ପ୍ରଧାନ, ସ୍ଥାନୀୟ ସରପଞ୍ଚ ଗାୟତ୍ରୀ ନାୟକ, ସମିତି ସଭ୍ୟା ଯାଜ୍ଞସେନୀ ନାୟକ, ଜଗନ୍ନାଥ ପ୍ରସାଦ କଲେଜ ଅଧ୍ୟକ୍ଷ ନୃସିଂହ ଚରଣ ପ୍ରଧାନଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଶେଷ ଦର୍ଶନ କରିଥିଲେ।