ଧର୍ମପରାୟଣ ମହିଳାଙ୍କ ପରଲୋକ

କୋଣାର୍କ (ଯୁଗାବ୍ଦ ନ୍ୟୁଜ): କୋଣାର୍କସ୍ଥିତ ମାଧିପୁର ଗ୍ରାମର ଧର୍ମପରାୟଣା ମହିଳା ସ୍ୱପ୍ନା ଦେବୀ (୮୦)ଙ୍କର ଗୁରୁବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି । ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ । ସ୍ୱପ୍ନା ଦେବୀ ଅଞ୍ଚଳର ଜଣେ ଧର୍ମ ପରାୟଣ ମହିଳା ଭାବେ ବେଶ୍ ପରିଚିତ । ସେ ଭଗବତୀ ମନ୍ଦିରରେ ରହି ବିଭିନ୍ନ କାର୍ଯ୍ୟ ସଂପାଦନ କରୁଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁତ୍ର ପ୍ରକାଶ ଚନ୍ଦ୍ର ପାଢ଼ୀ, ମହେଶ୍ୱର ଦାଶ, ଝିଅ ଉଲ୍ଲାଷି, ନାତି ପିଣ୍ଟୁ, ମଣ୍ଟୁ, ନାତୁଣୀ, ପୁତ୍ରବଧୂ ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଛି । ବଡ଼ପୁଅ ମହେଶ୍ୱର ମୁଖାଗ୍ନୀ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ