ଧର୍ମପରାୟଣ ମହିଳାଙ୍କ ପରଲୋକ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଚାଇଁପୁର ଗ୍ରାମର ଧର୍ମପରାୟଣା ମହିଳା ଅଞ୍ଜନା ଜେନା(୪୭)ଙ୍କର ପରଲୋକ ଘଟିଛି । ଗତ ୩ ଦିନ ହେବ ସେ ଅସୁସ୍ଥ ଥାଇ ପ୍ରଥମେ ଭଦ୍ରକ ଓ ପରେ କଟକ ସ୍ଥାନାନ୍ତର ହୋଇଥିଲେ । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଚାଇଁପୁରସ୍ଥିତ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପାଚିକା ଭାବେ କାର୍ଯ୍ୟ କରୁଥିଲେ । ମୃତ୍ୟୁ ଖବର ପାଇ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ସମେତ ବହୁବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ôଚ ତାଙ୍କର ଶେଷ ଦର୍ଶନ କରିଥିଲେ । ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ପୁରୀ ସ୍ୱର୍ଗଦ୍ୱାରରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ମୃତ୍ୟୁ ଶର୍ଯ୍ୟା ନିକଟରେ ସ୍ୱାମୀ ସୁକାନ୍ତ ଜେନା, ପୁତ୍ର ବିଶ୍ୱରଂଜନ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ ।