ଧର୍ମପରାୟଣ ମହିଳାଙ୍କ ପରଲୋକ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରର ଜଣେ ଧର୍ମପରାୟଣ ମହିଳା ଶ୍ରୀମତି ଆହ୍ଲାଦିନି ପାଢୀଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ବର୍ଷ ବୟସ ହୋଇଥିଲା । ସେ ଏହି ଅଞ୍ଚଳର ପ୍ରଥମ ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ସୀମାଞ୍ଚଳ ପାଢୀଙ୍କ ଧର୍ମପତ୍ନୀ ଥିଲେ । ସ୍ୱାମୀଙ୍କ ଭଳି ସେ ମଧ୍ୟ ମେଳାପୀ,ଧର୍ମପରାୟଣ ଓ ଆଦର୍ଶବାଦୀ ଥିଲେ । ଏତାଦୃଶ ବ୍ୟବହାର ସାଙ୍ଗକୁ ଆଧ୍ୟାତ୍ମିକ ଚେତନ ଓ ଆଧ୍ୟାତ୍ମିକ ବାଦିତାକୁ ନେଇ ସେ ଏହି ଅଞ୍ଚଳରେ ଜନ ମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଲାଭ କରି ପାରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ତାଙ୍କର ୫ପୁଅ,୪ବୋହୁ,ନାତି ନାତୁଣୀ ଓ ଝିଅ ଜୁଆଁଇ ବନ୍ଧୁ ପରିବାର ସ୍ୱଜନ ବୃନ୍ଦ ଉପସ୍ଥିତ ଥିଲେ । ତାଙ୍କରି ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ସମସ୍ତେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।