ଧର୍ମପରାୟଣ ମହିଳାଙ୍କ ପରଲୋକ
ଛତ୍ରପୁର,(ଦେବଦତ୍ତ ମହାରଣା) : ଛତ୍ରପୁର ଗୋପବନ୍ଧୁନଗର ନିବାସୀ ତଥା କ୍ୟୁୟର୍ସ ଅନୁଷ୍ଠାନ ର ସଂପାଦକ ଅରୁଣ କୁମାର ଶତପଥୀଙ୍କ ମାଆ ସରସ୍ୱତୀ ଶତପଥୀ ଙ୍କ ଆଜି ଦେହାନ୍ତ ଘଟିଛି । ସେ ଜଣେ ଧର୍ମ ପରାୟଣ,ସମାଜସେବୀ,ପରୋପକାରୀ ଓ ବନ୍ଧୁବାତ୍ସଲ୍ୟ ମହିଳା ଭାବେ ଛତ୍ରପୁର ଆଖପାଖ ଅଂଚଳରେ ସୁପରିଚିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା । ଗତ କିଛି ଦିନ ହେଲା ଶ୍ୱାସ ଜନିତ ରୋଗ ରେ ଚିକିତ୍ସିତ ହେଉଥିବା ବେଳେ ଆଜି ସକାଳ ୭ ଟାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କ ବଡ ପୁଅ ପ୍ରତାପ ରୁଦ୍ର ଶତପଥୀ,ସାନପୁଅ ଅରୁଣ ଶତପଥୀ,ଦୁଇ ବୋହୁ.ଝିଅ,ଜ୍ୱାଇଁ.ନାତି ନାତୁଣୀଙ୍କ ସମେତ ବନ୍ଧୁ ବାନ୍ଧବ ଓ ସାହି ପଡୋଶୀ ମାନେ ଉପସ୍ଥିତ ଥିଲେ । ଛତ୍ରପୁର ସ୍ଥିତ ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।