ଧର୍ମପରାୟଣ ମହିଳାଙ୍କ ପରଲୋକ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ମୋହନପୁର ଗ୍ରାମର ବସନ୍ତ କୁମାର ରାଉତଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣ ମହିଳା ଅନ୍ନପୂର୍ଣ୍ଣା ରାଉତଙ୍କ ପରଲୋକ ଘଟିଛି । ସେ ଜଣେ ଶାନ୍ତ, ସରଳ, ପରୋପକାରୀ ମହିଳା ଥିଲେ । ସେହିପରି ଦୋଳପଦୀ ଗ୍ରାମର ଚତୁର୍ଭୁଜ ଜେନାଙ୍କ ଧର୍ମପତ୍ନୀ ମାଳତୀ ଜେନା(୭୦)ଙ୍କ ସୋମବାର ପରଲୋକ ଘଟିଛି । ସେ ଜଣେ ପରୋପକାରୀ, ମିଷ୍ଠଭାଷୀ ଓ ଧର୍ମପରାୟଣ ମହିଳା ଥିଲେ । ଉଭୟ ମହିଳାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।