ଧର୍ମପରାୟଣ ମହିଳାଙ୍କ ପରଲୋକ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଟିଲୋ ତ୍ରିକୋଣା ଗ୍ରାମର ସ୍ୱର୍ଗତ ଶ୍ୟାମ ସୁନ୍ଦର ବେହେରାଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣ ମହିଳା ବାସନ୍ତୀଲତା ବେହେରା(୭୬)ଙ୍କର ଗତ ବୁଧବାର ପରଲୋକ ହୋଇଯାଇଛି । ମୃତ୍ୟୁ ଶର୍ଯ୍ୟା ନିକଟରେ ୩ ଝିଅ, ଜ୍ୱାଇଁ, ପୁଅ, ବୋହୁ, ନାତିନାତୁଣୀ ଓ ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ । ମରଶରୀରକୁ କୋଭିଡ୍ ଗାଇଡ୍ ଲାଇନ ପାଳନ କରାଯାଇ ଅନ୍ତିମ ସତ୍କାର କରାଯାଇଥିଲା । ଏକମାତ୍ର ପୁତ୍ର ପ୍ରେମାନନ୍ଦ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।